ମହାରାଷ୍ଟ୍ରରେ ପାସେଞ୍ଜର ଟ୍ରେନ ଏବଂ ମାଲବାହୀ ଟ୍ରେନ ପରସ୍ପର ମଧ୍ୟରେ ଧକ୍କା: ୫୦ରୁ ଅଧିକ ଆହତ, ୧୩ ଗୁରୁତର

ମହାରାଷ୍ଟ୍ରରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ପାସେଞ୍ଜର ଟ୍ରେନ ଏବଂ ମାଲବାହୀ ଟ୍ରେନ ପରସ୍ପର ମଧ୍ୟରେ ଧକ୍କା ହେବା ଯୋଗୁଁ ଅତିକମରେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୧୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମହାରାଷ୍ଟ୍ରର ଗୋନ୍ଦିୟାରେ ରାତି ୨.୩୦ ମିନିଟରେ ପାସେଞ୍ଜର ଟ୍ରେନ ମାଲବାହୀ ଟ୍ରେନ ସହିତ ଧକ୍କା ହୋଇଥିଲା। ଫଳରେ ପାସେଞ୍ଜର ଟ୍ରେନର ୩ଟି ବଗି ଧକ୍କା ଖାଇ ଲାଇନଚ୍ୟୁତ ହୋଇଥିଲା।

ଖବର ମୁତାବକ, ମାଲବାହୀ ଗାଡି ଏବଂ ପାସେଞ୍ଜର ଟ୍ରେନ ଭଗତ କୋଠୀ ରାୟପୁରର ରାଜସ୍ଥାନର ଯୋଧପୁରକୁ ଯାଉଥିବା ବେଳେ ଭୁଲ୍‌ ସିଗନାଲ ଯୋଗୁଁ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ତିନିଟି ଡବା ଲାଇନଚ୍ୟୁତ ହୋଇଥିଲା। ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି।

ରାତି ଅଧରେ ଭଗତ କୋଠୀରୁ ପାସଞ୍ଜେର ଟେନ୍ର ସିଗନାଲ ମିଳିବା ପରେ ଯାଉଥିବା ବେଳେ ପୂର୍ବରୁ ଟ୍ରାକରେ ଥିବା ମାଲଗାଡିକୁ ଯିବା ପାଇଁ ସିଗନାଲ ମିଳିନଥିଲା। ଏଥିପାଇଁ ଏଭଳି ଦୁର୍ଘଟଣା ଘଟିଥିଲା।

Also Read : ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ୫୦୦ କୋଟି ଟଙ୍କାର ବେପାର, ୧୦ ଲକ୍ଷ ଲୋକଙ୍କୁ ମିଳିଲା ରୋଜଗାର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.