ଆତ୍ମନିର୍ଭର ଦେଶରେ ସରକାର ତିଆରି କରିବେ ସ୍ୱଦେଶୀ ଚିପ୍ ହବ୍, ନିଯୁକ୍ତି ପାଇବେ ଅନେକ ଲୋକ
କରୋନା ମହାମାରୀର ଖରାପ ପ୍ରଭାବ ସବୁ କ୍ଷେତ୍ର ଉପରେ ଢ଼େର ପଡ଼ିଛି। ଏହି ସମୟରେ ଚିପ ମାମଲାକୁ ଧ୍ୟାନ ଦେଲେ ଜଣାପଡେ ଯେ, ଦେଶ ଏବେ ଆତ୍ମନିର୍ଭର ହେବା ଆବଶ୍ୟକ।ପୁରା ଦୁନିଆରେ ଚିପ୍ ର ସଙ୍କଟ ବଢ଼ିବାରେ ଲାଗିଛି । ଦେଶରେ ମେକ ଇନ ଇଣ୍ଡିଆ ପ୍ରୋଜେକ୍ଟ ଆରମ୍ଭ ହେବା ପରେ ବି ଚିପ୍ ପାଇଁ ଦେଶ ଚୀନ ଓ ତାଇଓ୍ଵାନ ଉପରେ ନିର୍ଭର କରୁଛି ।
ଚିପ ସମେତ ସେମିକଣ୍ଡକ୍ଟର ଅଭାବ ପାଇଁ ଭାରତର ଅଟୋ ଇଣ୍ଡଷ୍ଟ୍ରି ଉପରେ ଖରାପ ପ୍ରଭାବ ପଡ଼ୁଛି। ଏହାର ଅଭାବ କାରଣରୁ ଆମକୁ ଅନ୍ୟ ଦେଶ ଉପରେ ନିର୍ଭର ରହିବାକୁ ପଡ଼ୁଛି। ଚିପ୍ ସାଧାରଣତଃ ଯନ୍ତ୍ରପାତି ଜିନିଷରେ ବ୍ୟବହାର କରାଯାଏ। ଏବେ ଏହାର ଅଭାବକୁ ଦୂର କରିବା ସହ ଅନ୍ୟ ଦେଶ ଉପରେ ଯେମିତି ନିର୍ଭର ନହେବାକୁ ପଡେ ସେଥିପାଇଁ ସରକାର ଧ୍ୟାନ ଦେଉଛନ୍ତି। କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ଏହାକୁ ନେଇ ଏକ ବୈଠକ ଜାରୀ କରିଥିଲେ । ଏଥିପାଇଁ ଏକ ଇନସେଟିଭ ସ୍କିମ ବାହାର କରାଯାଇଛି। ଯେଉଁଥିରେ ସରକାର ମୋଟ ୭୬ ହଜାର କୋଟି ଖର୍ଚ୍ଚ କରିବେ।
ସୂଚନା ଅନୁଯାୟୀ, ସରକାର ଦେଶରେ ସେମିକଣ୍ଡକ୍ଟର ମାନ୍ୟୁଫ୍ୟାକ୍ଚରିଂ ଇକୋସିଷ୍ଟମ ତିଆରି କରିବା ପାଇଁ ଅନେକ ଯୋଜନା ଆରମ୍ଭ କରିବେ। ଏଥିରେ ସେମିକଣ୍ଡକ୍ଟର େଓ୍ଵଫର ଫାବ୍ରିକେସନ ୟୁନିଟ ପାଇଁ ଖର୍ଚ୍ଚ ହେବାକୁ ଥିବା ପୁଞ୍ଜିରେ ୨୫% ସବସିଡି ସାମିଲ ଅଛି। ଏହା ସହ ଆସେମ୍ବେଲିଂ, ଟେଷ୍ଟିଂ, ପ୍ୟାକେଜିଂ ଓ ଚିପ ଡିଜାଇନ ଉପରେ ମଧ୍ୟ ଧ୍ୟାନ ଦିଆଯିବ ।
ଏମିତିରେ ଚିପ୍ ଆମ ଦେଶରେ ତିଆରି ହେବା ଖୁବ କମ। ତେଣୁ ଠିକ ସମୟରେ ଆମକୁ ଅନ୍ୟ ଦେଶ ଉ ପରେ ନିର୍ଭର କରିବାକୁ ପଡ଼ୁଛି। ଏହାର ଅଭାବକୁ ଦୂର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଆମ ଦେଶରେ ଖବୁ ଶୀଘ୍ର ଚିପ୍ ହବ୍ ତିଆରି ହେବ। ଏହାର ଫାଇଦା ମଧ୍ୟ ଅନେକ ରହିବ। ପ୍ରଥମତଃ ଆମକୁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଏହାସହ ଅନେକ ଲୋକ ଆତ୍ମନିର୍ଭର ହୋଇପାରିବେ। ଭାରତରେ ଚିପ୍ ମାନ୍ୟୁଫ୍ୟାକ୍ଚରିଂ ହବ ତିଆରି କରିବାରେ ଏହା ଏକ ବଡ଼ ଷ୍ଟେପ ହେବ। ମନ୍ତ୍ରିମଣ୍ଡଳର ମଞ୍ଜୁରୀ ପରେ ଇଲେକଟ୍ରୋନିକ୍ସ ଆଣ୍ଡ ଇନଫର୍ମେସନ ଟେକ୍ନୋଲୋଜି ମିନିଷ୍ଟ୍ରି ଏହି ନିଷ୍ପତ୍ତିକୁ ନେଇ ନୋଟିଫାଏ କରିବେ। ଏହାପରେ ଭାରତରେ ତିଆରି ହେବ ଚିପ୍ ହବ୍ ଇଣ୍ଡଷ୍ଟ୍ରି। ଯେଉଁଥିରେ ସରକାର ନିବେଶ କରିବେ।
ଆମେ ଜାଣିଛେ ଯେ ଚିପ ହେଉଛି ଏକ ମୁଖ୍ୟ ଜିନିଷ ଯାହା ସମସ୍ତ ପ୍ରକାରର ଇଲେକ୍ଟ୍ରି ଜିିନିଷରେ ବ୍ୟବହାର କରାଯାଏ। ଏହାବିନା କୌଣସି ମେସିନ କାମ କରିବା ଅସମ୍ଭବ। ଯାହା ଗାଡ଼ି ଠୁ ଆରମ୍ଭ କରି ଲାପଟପ୍ , ଟିଭି, ଓ୍ଵାସିଂ ମେସିନ ସମେତ ସବୁ ଇଲେକ୍ଟ୍ରି ଜିନିଷରେ ବ୍ୟବହାର କରାଯାଏ। ଏମିତି କି ଆମ ଫୋନରେ ମଧ୍ୟ ଏହି ଚିପସେଟ ବ୍ୟବହାର କରାଯାଉଛି। ତେଣୁ ଏହି ସମୟରେ ଯଦି ଆମ ଦେଶରେ ଏହାର ଉତ୍ପାଦନ ହୁଏ ତେବେ ଆମ ଦେଶରେ ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ଭଲ ପ୍ରଭାବ ପଡ଼ିବ।