ଆଜି ଅଗଷ୍ଟ ୧୫ରେ ଖାସ୍‌ ପଗଡ଼ି ପିନ୍ଧି ଦେଶକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ ପିଏମ୍‌ଙ୍କ ସବୁ ସ୍ୱାଧୀନତା ଦିବସ ଲୁକ୍‌

ଆଜି ଦେଶ ପାଳୁଛି ୭୬ ତମ ସ୍ୱାଧୀନତା ଦିବସ। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସବୁ ଘରେ ଫର ଫର ହୋଇ ସମ୍ମାନର ସହ ଉଡ଼ୁଛି ଜାତୀୟ ପତାକା। ଏ ଅବସରରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ କିଲ୍ଲାର ଐତିହାସିକ ପ୍ରାଚୀରରୁ ଦେଶର ଜନତାଙ୍କୁ ସମ୍ବୋଧିତ କରିଛନ୍ତି।


ସ୍ୱାଧୀନତା ଦିବସରେ ମୋଦି ୮୧ ମିନିଟ୍‌ ଭାଷଣ ଦେଇଛନ୍ତି। ନିଜ ଭାଷଣରେ ସେ ଦେଶର ଇତିହାସ, ବର୍ତ୍ତମାନ ଓ ଭବିଷ୍ୟତର ଝଲକ୍‌ ଦେଖାଇଥିଲେ। ତାଙ୍କ ସମ୍ବୋଧନରେ ସେ ପୂର୍ବ ପିଢ଼ିର ସ୍ମୃତି ଚାରଣ କରିଥିଲେ। ସେ ନିଜ ସମ୍ବୋଧନରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେ ପକାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଚଳିତଥର ପ୍ରଧାନମନ୍ତ୍ରୀ ମୋଦି ଖାସ୍‌ ବେଶଭୂଷା ପରିଧାନ କରିଥିଲେ। ସ୍ୱାଧୀନତା ଦିବସ ଅବସରରେ ସେ ଗତ ୯ ବର୍ଷ ହେଲାଣି ପଗଡ଼ି ପିନ୍ଧୁଛନ୍ତି। ଏଥରକ ମଧ୍ୟ ସେ ପଗଡ଼ି ପିନ୍ଧିଥିଲେ। ତାଙ୍କ ପଗଡ଼ିରେ ତ୍ରିରଙ୍ଗା ଚିତ୍ରିତ ହୋଇଥିଲା। ତେବେ ଆସନ୍ତୁ ଦେଖିବା ଗତ ୯ ବର୍ଷ ହେଲାଣି ଅଗଷ୍ଟ ୧୫ ଅବସରରେ ପ୍ରଧାନମନ୍ତ୍ରୀ ମୋଦି କେମିତି ପଗଡ଼ି ପିନ୍ଧି ଆସୁଛନ୍ତି…

୨୦୧୪ରେ ପିନ୍ଧିଥିଲେ ଏହି ପଗଡ଼ି:

modi

୨୦୧୫ରେ ପିନ୍ଧିଥିଲେ ଏହି ପଗଡ଼ି:

Modi 2015

୨୦୧୬ରେ ପିନ୍ଧିଥିଲେ ଏହି ପଗଡ଼ି:

Modi 2016

୨୦୧୭ରେ ପିନ୍ଧିଥିଲେ ଏହି ପଗଡ଼ି:

Modi 2017

୨୦୧୮ରେ ପିନ୍ଧିଥିଲେ ଏହି ପଗଡ଼ି:

Modi 2018

୨୦୧୯ରେ ପିନ୍ଧିଥିଲେ ଏହି ପଗଡ଼ି:

Modi 2019

୨୦୨୦ରେ ପିନ୍ଧିଥିଲେ ଏହି ପଗଡ଼ି:

Modi 2020

୨୦୨୧ରେ ପିନ୍ଧିଥିଲେ ଏହି ପଗଡ଼ି: 

Modi 2021

୨୦୨୨ରେ ପିନ୍ଧିଛନ୍ତି ଏହି ପଗଡ଼ି:

Modi 2022A

Also Read: ଆମେରିକାରେ ସ୍ୱାଧୀନତା ଦିବସ ପାଳିଲେ ଓଡ଼ିଆ, ପରିବେଷଣ କଲେ ସମ୍ବଲପୁରୀ ଲୋକନୃତ୍ୟ ‘ଡାଲଖାଇ’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.