ଜୋମାଟୋ ପରେ ସ୍ୱିଗିଠାରୁ ଖାଦ୍ୟ ଗ୍ରହଣ କଲେନି ଗ୍ରାହକ, କାରଣ ଜାଣିଲେ ଆପଣ ବି ହୋଇଯିବେ ତାଜୁବ୍‌

ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଡେଲିଭରି ବୟଙ୍କ ଧର୍ମ ପଚାରି ଖାଦ୍ୟ ଅର୍ଡର ଦେବା ଏବଂ ମୁସଲିମ୍‌ ହୋଇଥିବାରୁ ଖାଦ୍ୟ ନେବାକୁ ମନା କରିବା ମାମଲାରେ ପୋଲିସ ଜଣେ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମୁସ୍‌ଲିମ୍‌ ଡେଲିଭରି ବୟଙ୍କ ଠାରୁ ଖାଦ୍ୟ ନେବାକୁ ମନା କରିଥିବା ବ୍ୟକ୍ତିଙ୍କ ବିରୋଧରେ ଫୁଡ୍‌ ଡେଲିଭରି କମ୍ପାନୀ ସ୍ୱିଗିର କର୍ମଚାରୀ ମାମଲା ରୁଜୁ କରିଛନ୍ତି।

ହାଇଦ୍ରାବାଦର ଅଲୀବାଦରେ ସ୍ୱିଗିର ମୁସ୍‌ଲିମ୍‌ ଡେଲିଭରି ବୟ ମୁଦସିରଙ୍କଠାରୁ ଖାଦ୍ୟ ନେବାକୁ ମନା କରିବାରୁ ଅଜୟ କୁମାରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ମୁଦାସିର ଅଭିଯୋଗ ଦାୟର କରିଥିଲେ। ପୋଲିସ ବର୍ତ୍ତମାନ ମାମଲାର ଯାଞ୍ଚ କରୁଛି।

ଏହାସହ ପଢ଼ନ୍ତୁ: ଫସରଫାଟିଲା ପାକିସ୍ତାନର ଚାଲ୍‌, ଭାରତୀୟ ସୀମାରୁ ଉଦ୍ଧାର ହେଲା ଜିପିଏସ୍‌ ଲାଗିଥିବା ପକ୍ଷୀ

ରିପୋର୍ଟ ମୁତାବକ ଗୁରୁବାର ଅଜୟ କୁମାର ସ୍ୱିଗିରୁ ଚିକେନ୍‌ ଅର୍ଡର କରିଥିଲେ। ଡେଲିଭରି ବୟ ଖାଦ୍ୟ ନେଇ ପହଞ୍ଚିବା ପରେ ଅଜୟ ତାଙ୍କୁ ଧର୍ମ କ’ଣ ପଚାରିଥିଲେ। ମୁଦାସିର ନିଜର ପୂରା ନାଁ କହିବା ପରେ ଅଜୟ ତାଙ୍କୁ ଖାଦ୍ୟ ଫେରାଇନେବାକୁ କହିଥିଲେ। ମୁଦାସିର କାରଣ ପଚାରିବାରୁ ସେ ଜଣେ ମୁସଲିମ୍‌ ହାତରୁ ଖାଦ୍ୟ ଗ୍ରହଣ କରିବେ ନାହିଁ ବୋଲି ଅଜୟ ରୋକ୍‌ଠୋକ୍‌ ଜଣାଇ ଦେଇଥିଲେ। ଏହି ଘଟଣାକୁ ମୁସଲିମ୍‌ ସଂଘର ଜଣେ ଅଧ୍ୟକ୍ଷ ନିଜ ଟ୍ଵିଟରରେ ସେୟାର କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.