ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେଲେ ଜଷ୍ଟିସ୍‌ ଉଦୟ ଉମେଶ ଲଳିତ, ନିଯୁକ୍ତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦେଶର ୪୯ ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ ଉଦୟ ଉମେଶ ଲଳିତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଦେଶର ପ୍ରଧାନ ବିଚାରପତି ଭାବେ ଚୟନ କରିଛନ୍ତି। ଜଷ୍ଟିସ୍‌ ୟୁୟୁ ଲଳିତ ସୁପ୍ରିମକୋର୍ଟର ଅନ୍ୟତମ ବରିଷ୍ଠ ଜଜ୍‌ ଭାବେ କାର୍ଯ୍ୟ କରୁଥିଲେ। ଜଷ୍ଟିସ୍‌ ଲଳିତ ଅଗଷ୍ଟ ୨୭ ରେ ଶପଥ ନେବେ ଓ ପ୍ରଧାନ ବିଚାରପତି ଭାବେ ନଭେମ୍ବର ୮ ଯାଏଁ କାର୍ଯ୍ୟ କରିବେ।

ଜଷ୍ଟିସ୍‌ ୟୁୟୁ ଲଳିତଙ୍କ କାର୍ଯ୍ୟକାଳ ୩ ମାସ ରହିବ। ଲଳିତ ଚଳିତବର୍ଷ ନଭେମ୍ବରରେ ଅବସର ନେବେ। ମାତ୍ର ୭୪ ଦିନ ପାଇଁ ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ପ୍ରଧାନ ବିଚାରପତି ରହିବେ ଜଷ୍ଟିସ ଉଦୟ ଉମେଶ ଲଳିତ।

ସୂଚନାଯୋଗ୍ୟ ଯେ ଭାରତର ବର୍ତ୍ତମାନର ପ୍ରଧାନ ବିଚାରପତି ଏନ୍‌ଭି ରମଣା ଜଷ୍ଟିସ୍‌ ଉଦୟ ଉମେଶ ଲଳିତଙ୍କ ନାଁକୁ ପରବର୍ତ୍ତୀ ଉତ୍ତରାଧିକାରୀ ଭାବେ ସୁପାରିଶ କରିଥିଲେ। ଜଷ୍ଟିସ୍‌ ଲଳିତ ଏବେ ଭାରତର ୪୯ ତମ ମୁଖ୍ୟ ନ୍ୟାୟାଧୀଶ ହେବେ। ସୂଚନାଯୋଗ୍ୟ ଯେ ଜଷ୍ଟିସ୍‌ ଏନ୍‌ଭି ରମଣା ଚଳିତ ମାସ ୨୬ ତାରିଖରେ ଅବସର ଗ୍ରହଣ କରିବେ।

Also Read: ଚାଇନିଜ୍‌ ସ୍ମାର୍ଟଫୋନ୍‌ କମ୍ପାନୀ ଉପରେ ସରକାରଙ୍କ ସର୍ଜିକାଲ ଷ୍ଟ୍ରାଇକ୍‌, ଏବେ ଭାରତରେ ବ୍ୟାନ୍‌ ହେବ ୧୨ ହଜାରରୁ କମ୍‌ ଟଙ୍କିଆ ଫୋନ୍‌

Leave A Reply

Your email address will not be published.