ଏଲଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ଆସନ୍ତା ୧୭ ତାରିଖରୁ ୩ଦିନିଆ ଲଣ୍ଡନ ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ବ୍ରିଟେନ ମହାରାଣୀ ଏଲିଜେବେଥ୍‌ ଦ୍ୱିତୀୟଙ୍କ ଶେଷକୃତ୍ୟରେ ଯୋଗଦେବେ । ୧୯ ତାରିଖରେ ମହାରାଣୀଙ୍କ ଶେଷକୃତ୍ୟ ବେଳେ ଉପସ୍ଥିତ ରହିବେ । ଭାରତ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକବ୍ୟକ୍ତ କରିବେ ।

ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ କ୍ରିୟା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆସନ୍ତା ସେପ୍ଟେମ୍ବର ୧୯ ତାରିଖରେ ହେବ ମହାରାଣୀଙ୍କ ଅନ୍ତିମକ୍ରିୟା । ଏହିଦିନ ୧୦ ଲକ୍ଷରୁ ଅଧିକ ଲୋକ ଲଣ୍ଡନରେ ଜମା ହେବାର ଆକଳନ କରାଯାଉଛି । ଆଜି ସନ୍ଧ୍ୟା ୫ଟାରୁ ରାଣୀଙ୍କ ପାର୍ଥିବ ଶରୀରକୁ ଲଣ୍ଡନର ‘ୱେଷ୍ଟମିନଷ୍ଟରରେ ଆବେ’ରେ ରଖାଯିବ । ୧୯ ତାରିଖ ଅର୍ଥାତ୍ ଆସନ୍ତା ସୋମବାର ସକାଳ ସାଢେ ୬ଟା ପର୍ୟ୍ୟନ୍ତ ମହାରାଣୀଙ୍କ ପାର୍ଥିବ ଶରୀର ସେଠାରେ ରହିବ । କୁହାଯାଉଛି ଏହିଦିନ ରାଣୀଙ୍କ ଅନ୍ତିମ ଦର୍ଶନ ପାଇଁ ଲୋକଙ୍କୁ ୫ କିଲୋମିଟର ଲମ୍ବା ଲାଇନରେ ଛିଡାହେବାକୁ ପଡିପାରେ । ଆଉ ସବୁ ପ୍ରକ୍ରିୟା ରାଜ ପରିବାରର ପ୍ରୋଟକଲ ଅନୁଯାୟୀ କରାଯିବ ।

ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଶତାଧିକ ଦେଶର ରାଷ୍ଟ୍ରାଧ୍ୟକ୍ଷ ସାମିଲ ହେବା ନେଇ ଆଶା କରାଯାଉଛି । ବ୍ରିଟେନରେ ଏହି ଦିନ ସାର୍ବଜନୀନ ଛୁଟି ଘୋଷଣ କରାଯାଇଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ମହାରାଣୀଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେ । ଏହାଛଡା ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଏବଂ କାନାଡାର ରାଷ୍ଟ୍ରପତି ଜଷ୍ଟିନ ଟ୍ରୁଡୋ ଲଣ୍ଡନର ପହଞ୍ଚିବେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.