ହର୍‌ ଘର୍‌ ତ୍ରିରଙ୍ଗା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ବଦଳାଇଲେ ନିଜ ଡିପି; ଦେଶବାସୀଙ୍କୁ ମଧ୍ୟ କଲେ ଅପିଲ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଡିପି (Display Pictures) ପରିବର୍ତ୍ତନ କରିଛନ୍ତି। ମୋଦି ନିଜ ଡିପି ଜାଗାରେ ତ୍ରିରଙ୍ଗା ଫଟୋ ଲଗାଇଛନ୍ତି। ଏଥି ସହିତ ସେ ଦେଶବାସୀଙ୍କୁ ମଧ୍ୟ ଏମିତି ନିଜ ବଦଳାଇବାକୁ ଅପିଲ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନକୁ ମଜଭୁତ କରିବା ପାଇଁ ନିଜ ଡିପି ପରିବର୍ତ୍ତନ କରିଛନ୍ତି। ଫେସ୍‌ବୁକରେ ଡିପି ପରିବର୍ତ୍ତନ କରି ମୋଦି ଲେଖିଛନ୍ତି କି, ‘ଆଜି ୨ ଅଗଷ୍ଟ ଏକ ସ୍ୱତନ୍ତ୍ର ଦିନ। ଏମିତି ସମୟରେ ଯେତେ ବେଳେ ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛେ, ଆମ ଦେଶ #HarGharTiranga ଭଳି ସାମୂହିକ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହୋଇଛି। ମୁଁ ନିଜ ସୋସିଆଲ ମିଡିଆ ପେଜ୍‌ରେ ଡିପି ପରିବର୍ତ୍ତନ କରିଛି ଏବଂ ଆପଣ ସମସ୍ତଙ୍କୁ ମଧ୍ୟ ଏମିତି କରିବାକୁ ନିବେଦନ କରୁଛି’।

କହି ରଖୁଛୁ, ପିଏମ୍‌ ମୋଦି ୩୧ ଜୁଲାଇରେ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମର ୯୧ତମ ଏପିସୋଡରେ ବି ଲୋକ ମାନଙ୍କୁ ନିଜ ଡିପି ବଦଳାଇ ତ୍ରିରଙ୍ଗା ଲଗାଇବାକୁ ଅପିଲ କରିଥିଲେ। ସେ କହିଥିଲେ କି, ଅମୃତ ମହୋତ୍ସବ ଅଧୀନରେ ୧୩ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ହର୍‌ ଘର୍‌ ତ୍ରିରଙ୍ଗା ଆୟୋଜନ କରାଯାଉଛି।

ପ୍ରଧାନମନ୍ତ୍ରୀ ଆଗକୁ କହିଥିଲେ ଯେ ‘ମୁଁ ଦେଶବାସୀଙ୍କୁ ଅପିଲ୍‌ କରୁଛି ସେମାନେ ନିଜ ଘରେ ତ୍ରିରଙ୍ଗା ନିଶ୍ଚୟ ଉଡ଼ାନ୍ତୁ। ତ୍ରିରଙ୍ଗା ଆମକୁ ଯୋଡ଼ିଥାଏ ଏବଂ ଦେଶ ପାଇଁ କିଛି କରିବା ଲାଗି ପ୍ରେରିତ କରିଥାଏ। ଏହିପରି ୨ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ସୋସିଆଲ ମିଡିଆ ପ୍ରେଫାଇଲରେ ତ୍ରିରଙ୍ଗା ଲଗାଇ ପାରିବେ। ଏହି ଦିନ ପିଙ୍ଗଲି ଭେଙ୍କେୟାଙ୍କ ସହ ଜଡ଼ିତ ରହିଛି, କାହିଁକି ନା, ୨ ଅଗଷ୍ଟ ହେଉଛି ତାଙ୍କ ଜୟନ୍ତୀ’। ଏହି ଅବସରରେ ମୋଦି ତ୍ରିରଙ୍ଗାର ଡିଜାଇନ୍‌ ପ୍ରସ୍ତୁତ କରିଥିବା ପିଙ୍ଗଲି ଭେଙ୍କେୟାଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନ କ’ଣ

ଭାରତ ସ୍ୱାଧୀନ ହେବାର ୭୫ ବର୍ଷ ପୂରଣ ହେଉଛି। ଏଥିପାଇଁ କେନ୍ଦ୍ର ସରକାର ‘ଆଜାଦୀର ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅଧୀନରେ ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନ ଚଲାଉଛନ୍ତି। ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନରେ ୧୩ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ୩ ଦିନ ସମସ୍ତଙ୍କ ଘରେ ଜାତୀୟ ପତାକା ଉଡ଼ିବ। ସରକାର ୨୦ କୋଟି ଲୋକଙ୍କ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି। କହି ରଖୁଛୁ, ୧ ଅଗଷ୍ଟରୁ ୧.୬୦ ଲକ୍ଷ ପୋଷ୍ଟ୍‍ ଅଫିସରେ ଜାତୀୟ ପତାକା ବିକ୍ରି କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.