ରାକ୍ଷୀ ବାନ୍ଧିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କୁନି ପିଲାଙ୍କୁ ଦେଲେ ସ୍ୱତନ୍ତ୍ର ଉପହାର…ଦେଖନ୍ତୁ ଫଟୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁରୁବାର ରକ୍ଷା ବନ୍ଧନ ଅବସରରେ ଛୋଟ ଛୋଟ ପିଲାମାନେ ରାକ୍ଷୀ ବାନ୍ଧିଛନ୍ତି। ରାକ୍ଷୀ ବାନ୍ଧିବା ପରେ ପିଏମ୍‌ ମୋଦି ପ୍ରତ୍ୟେକ ପିଲାଙ୍କୁ ତ୍ରିରଙ୍ଗା ଦେଇଥିଲେ। ପିଲାମାନଙ୍କୁ ତ୍ରିରଙ୍ଗା ଦେଇ ପ୍ରଧାନମନ୍ତ୍ରୀ ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନକୁ ନିଆରା ତରିକାରେ ଚିହ୍ନିତ କରାଇଥିଲେ। ଏହି ସମୟରେ କୁନି ପିଲାମାନେ ‘ଭାରତ ମାତା କୀ ଜୟ’ ଏବଂ ‘ବନ୍ଦେ ମାତରମ୍‌’ର ସ୍ଲୋଗାନ ଦେଇଥିଲେ।

modi2
photo: Zee News

ପିଏମ୍‌ ମୋଦି ଜାତୀୟ ପତାକାର ରଙ୍ଗ ଉପରେ ଚର୍ଚ୍ଚା କରିଥିଲେ ଏବଂ ସମସ୍ତ ପିଲାଙ୍କୁ ୧୫ ଅଗଷ୍ଟରେ ନିଜ ନିଜ ଘରେ ତ୍ରିରଙ୍ଗା ଲଗାଇବାକୁ କହିଥିଲେ। କହି ରଖୁଛୁ, କେନ୍ଦ୍ର ତରଫରୁ ଆଜାଦୀର ଅମୃତ ମହୋତ୍ସବ ଅଧୀନରେ ୧୩ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଏକ ବିଶେଷ ଆନ୍ଦୋଳନ ‘ହର୍‌ ଘର୍‌ ତ୍ରିରଙ୍ଗା’ର ଆୟୋଜନ କରାଯାଇଛି।

modi4
photo: Zee News

ଏଥି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରକ୍ଷା ବନ୍ଧନ ଅବସରରେ ପିଏମ୍‌ କାର୍ଯ୍ୟାଳୟରେ କାମ କରୁଥିବା ସଫେଇ କର୍ମୀ, ସହାୟକ ଏବଂ ଅନ୍ୟ କର୍ମଚାରୀମାନଙ୍କ ଝିଅଙ୍କଠାରୁ ରାକ୍ଷୀ ବନ୍ଧାଇଥିଲେ। ସେହିପରି ପ୍ରଧାନମନ୍ତ୍ରୀ ଟ୍ଵିଟ୍‌ କରି ଦେଶବାସୀଙ୍କୁ ରକ୍ଷା ବନ୍ଧନର ଶୁଭକାମନା ଜଣାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.