ଏଣିକି ଜେଲ୍‌ ଭିତରେ ରୋମାନ୍ସ କରିବେ କଏଦୀ, ଶାରୀରିକ ସମ୍ବନ୍ଧ ପାଇଁ ମିଳିବ ୨ ଘଣ୍ଟା ସମୟ

ନୂଆଦିଲ୍ଲୀ : ଏଣିକି ଜେଲ୍‌ରେ ନିଜ ପାର୍ଟନରଙ୍କ ସହ ରୋମାନ୍ସ କରିପାରିବେ କଏଦୀ । କଥାଟା ଆଶ୍ଚର୍ଯ୍ୟଜନକ ଏବଂ ଅଶୋଭନୀୟ ହେଲେ ବି ସତ । ତାହା ବି ପୁଣି ଭାରତରେ। ଜେଲ ଚାରିକାନ୍ଥ ଭିତରେ ଜୀବନସାଥୀଙ୍କ ସହ ଶାରୀରିକ ସମ୍ବନ୍ଧ ରକିବା ପାଇଁ କଏଦୀଙ୍କୁ ୨ ଘଣ୍ଟା ସମୟ ଦିଆଯିବ । ତେବେ ପ୍ରଥମ ରାଜ୍ୟ ଭାବେ ଏହି ନିୟମ ଆଣିଛନ୍ତି ପଞ୍ଜାବ ସରକାର । ତେବେ କଏଦୀମାନେ ଜେଲର ଚାରିକାନ୍ଥ ଭିତରେ ଥାଇବି ସେମାନଙ୍କ ଦାମ୍ପତ୍ୟ ଜୀବନକୁ ଆଗକୁ ବଢ଼ାଇ ପାରିବେ। ହେଲେ ଏଥିପାଇଁ ଅନେକ ସର୍ତ୍ତାବଳୀ ଓ ନିୟମ ମଧ୍ୟ ରହିଛି।

ଏଭଳି ଦାମ୍ପତ୍ୟ ରୋମାନ୍ସ ବ୍ୟବସ୍ଥା ଗୋଣ୍ଡିୱାଲ ସାହିବ, ନବହାରେ ଥିବା ନୂଆ ଜେଲ ଓ ଭାଟିଣ୍ଡାରେ ଥିବା ନୂଆ ଜେଲରେ ଲାଗୁ ହୋଇଛି । ଜଣେ ଅଧିକାରୀ କହିଛନ୍ତି ଯେ ଭଲ ଆଚରଣ ଥିବା ଅନ୍ତେବାସୀଙ୍କୁ ସେମାନଙ୍କ ପତି-ପତ୍ନୀଙ୍କ ସହ ଦୁଇ ଘଣ୍ଟା ରହିବାକୁ ଅନୁମତି ଦିଆଯିବ। ଏଥିପାଇଁ ଜେଲ ବିଭାଗ ଏକ କୋଠରୀ ପ୍ରସ୍ତୁତ କରିଛି ଯେଉଁଥିରେ ଶୌଚାଳୟ ମଧ୍ୟ ରହିବ। ତେବେ ଦୀର୍ଘ ଦିନ ହେଲା କଏଦୀମାନେ ଏହି ଯୋଜନାରେ ଲାଭ ପାଇପାରିବେ । ଏହି ବ୍ୟବସ୍ଥା କଏଦୀଙ୍କ ମାନସିକ ଅବସ୍ଥାକୁ ଠିକ ରଖିବା ସହିତ ଦାମ୍ପତ୍ୟ ଜୀବନକୁ ଆଗକୁ ନେଇ ପାରିବ । ଏହି ଅଧିକାରୀ କହିଛନ୍ତି ଯେ ଦୀର୍ଘ ଦିନ ଧରି ଜେଲରେ ଥିବା କଏଦୀମାନଙ୍କୁ ପ୍ରାଥମିକତା ଦିଆଯିବ। ସେ କହିଛନ୍ତି ଯେ ଆମେ ପାଇଥିବା ସୂଚନା ଅନୁଯାୟୀ ପଞ୍ଜାବ ଦେଶର ପ୍ରଥମ ରାଜ୍ୟ ଯିଏ କି ଏଭଳି ନିୟମ ଆଣିଛି।

ବିଭାଗ ଆଶା କରୁଛି ଯେ ଏହି ପଦକ୍ଷେପ ଦ୍ୱାରା ବୈବାହିକ ସମ୍ପର୍କ ମଜବୁତ ହେବ ଏବଂ ବନ୍ଦୀମାନଙ୍କ ଭଲ ଆଚରଣ ମଧ୍ୟ ସୁନିଶ୍ଚିତ ହେବ। ତେବେ ଏହି ନିୟମ ଅନୁଯାୟୀ ଜଣେ ମହିଳା/କିମ୍ବା ପୁରୁଷଙ୍କୁ ପ୍ରଥମେ କଏଦୀଙ୍କ ସହ ତାଙ୍କର ବିବାହ ହୋଇଛି ବୋଲି ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ସେହିପରି ସେ ଏଚଆଇଭି କିମ୍ବା ଅନ୍ୟ ଯୌନ ସଂକ୍ରମଣ ରୋଗରେ ଆକ୍ରାନ୍ତ ନ ଥିବା ରିପୋର୍ଟ ଦେଖାଇବେ। ଏଥିସହ କୋଭିଡ୍‌ ନେଗେଟିଭ ରିପୋର୍ଟ ମଧ୍ୟ ସାଙ୍ଗରେ ଆଣିବାକୁ ପଡ଼ିବ। ଏହାକୁ ଯାଞ୍ଚ କରିବା ପରେ ହିଁ ଜଣେ ପୁରୁଷ କିମ୍ବା ମହିଳାଙ୍କୁ ଜେଲରେ ଥିବା ତାଙ୍କ ସ୍ୱାମୀ କିମ୍ବା ସ୍ତ୍ରୀଙ୍କୁ ଦେଖା କରିବାକୁ ଅନୁମତି ମିଳିବ।

ରିପୋର୍ଟ ଅନୁସାରେ ସମସ୍ତ ହାର୍ଡକୋର ଅପରାଧୀ, ଗ୍ୟାଙ୍ଗଷ୍ଟର ଓ ଯୌନ ନିର୍ଯାତନା ଭଳି ଅପରାଧରେ ଗିରଫ ହୋଇଥିବା କଏଦୀଙ୍କୁ ଏହି ସ୍ୱତନ୍ତ୍ର ସୁବିଧା ମିଳିବ ନାହିଁ। ଏପରି ବ୍ୟବସ୍ଥା ବହୁ ପୂର୍ବରୁ ଆମେରିକା, ଜର୍ମାନୀ, କାନାଡା, ପାକିସ୍ତାନ, ଅଷ୍ଟ୍ରେଲିଆ, ବ୍ରାଜିଲ, ଫ୍ରାନ୍ସ ଓ ଡେନମାର୍କ ଭଳି ଦେଶରେ ଲାଗୁ ହୋଇଛି। ଏବେ ଭାରତର ପ୍ରଥମ ରାଜ୍ୟ ଭାବେ ପଞ୍ଜାବରେ ପରୀକ୍ଷାମୂଳକ ଭାବେ ଏହାକୁ କାର୍ଯ୍ୟକାରୀ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.