ଜୁଲାଇ ୨୯ରେ ଭାରତରେ ପହଞ୍ଚିବ ଲଢୁଆ ଯୁଦ୍ଧ ବିମାନ ରାଫେଲ: ଭାରତୀୟ ବାୟୁ ସେନା ପାଇଁ ଏହି ଏୟାରକ୍ରାଫ୍‌ଟ ହେବ ଗେମ୍ ଚେଞ୍ଜର

ନୂଆଦିଲ୍ଲୀ: ଦୁଇ ଦିନ ପରେ ଭାରତରେ ପହଞ୍ଚିବ ଲଢୁଆ ଯୁଦ୍ଧ ବିମାନ ରାଫେଲ । ଜୁଲାଇ ୨୯ରେ ପ୍ରଥମ ପର୍ଯ୍ୟାୟରେ ଆମ୍ବାଲା ଏୟାରଫୋର୍ସ ଷ୍ଟେସନ୍‌ରେ ଅବତରଣ କରିବ ୫ଟି ରାଫେଲ । ଭାରତୀୟ ବାୟୁ ସେନା ପାଇଁ ଏହି କ୍ଷେପଣାସ୍ତ୍ରବାହୀ ଏୟାରକ୍ରାଫ୍‌ଟ ଗେମ ଚେଞ୍ଜର ହେବ ବୋଲି କୁହାଯାଉଛି ।

ଚୀନ ସହ ତିକ୍ତତା ସମୟରେ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି କରିବ ରାଫେଲ। ଲଦାଖରେ ଏହାକୁ ମୁତୟନ କରିବାକୁ ଯୋଜନା ରଖିଛି ବାୟୁସେନା । ଏଥିରେ ଘାତକ ହାମର କ୍ଷେପଣାସ୍ତ୍ର ଖଞ୍ଜାଯିବ। ୬୦ ରୁ ୭୦ କିଲୋମିଟର ଭିତରେ ଯେକୌଣସି ଟାର୍ଗେଟ୍‌କୁ ଭେଦ କରିପାରିବ ହାମର୍‌ । ଏହି କ୍ଷେପଣାସ୍ତ୍ର ମଧ୍ୟ ଫ୍ରାନ୍‌ସ ଯୋଗାଇବ। ମୋଟ ୩୬ଟି ରାଫେଲ ପାଇଁ ଫ୍ରାନ୍ସ ସହ ଚୁକ୍ତି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.