ମୋଦି ଦେଲେ ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ : ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଜନ୍ମଦିନ । ୪୮ ବର୍ଷରେ ପାଦ ଦେଇଛନ୍ତି କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧି । ତାଙ୍କ ଜନ୍ମଦିନକୁ କଂଗ୍ରେସ କର୍ମକର୍ତ୍ତା ଧୁମ୍ଧାମ୍ରେ ପାଳନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ଵିଟ୍ କରି ରାହୁଲ ଗାନ୍ଧିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଛନ୍ତି । ୧୯ ଜୁନ୍ ୧୯୭୦ ମସିହାରେ ଜନ୍ମଗ୍ରହଣ କରିଥିଲେ ରାହୁଲ ଗାନ୍ଧି । ୨୦୦୪ରେ ସକ୍ରିୟ ରାଜନୀତିରେ ପାଦ ଦେଇଥିଲେ । ୨୦୦୬ରେ ହାଇଦ୍ରାବାଦ ଅଧିବେଶନରେ ତାଙ୍କୁ ଦଳର ମହାସଚିବ ଦାୟିତ୍ୱ ଦିଆଯାଇଥିଲା । ଛାତ୍ର ସଂଗଠନ ଏନ୍ଏସ୍ୟୁଆଇ ଓ ଯୁବ କଂଗ୍ରେସର ଦାୟତ୍ୱ ମଧ୍ୟ ସମ୍ଭାଳିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.