’ନୀତିଶ ୧୯୮୨ ରେ ବୁଲୁଥିବା ବେଳେ ମୁଁ ଆଇଏଏସ ଥିଲି,’ ଔକାତ କଥା ନେଇ ଏପରି କହିଲେ ସାଂସଦ ଆରସିପି ସିଂହ

ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ପୂର୍ବ କେନ୍ଦ୍ର ମନ୍ତ୍ରୀ ଆରସିପି ସିଂହଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଜୋର ଧରିଛି । ଏକ ସାମ୍ବାଦିକ ସମ୍ମିଳନୀରେ ଆରସିପି ସିଂହ କହିଲେ ଯେ ନୀତିଶ କୁମାର (ବିହାର ମୁଖ୍ୟମନ୍ତ୍ରୀ) ମୋର ଔକାତ କ’ଣ ମାପିବେ, ତାଙ୍କ ନିଜର ଔକାତ ନାହିଁ । ଏକ ସମୟ ଯେବେ ବିହାରରେ ନୀତିଶ କୁମାରଙ୍କ ଔକାତ କିଛି ନଥିଲା, ସେତେବେଳେ ମୋର ଔକାତ ଅଧିକ ଥିଲା ଆଜି ବି ଅଧିକ ଅଛି ।

ପୂର୍ବ କେନ୍ଦ୍ର ମନ୍ତ୍ରୀ ଆରସିପି ସିଂହ କହିଲେ ଯେତେବେଳେ ସେ କିଛି ନଥିଲେ ଓ ଟିକେଟ ପାଇଁ ଘୁରି ବୁଲୁଥିଲେ,ସେତେବେଳେ ୧୯୮୨ ରେ ମୁଁ ଆଇଏଏସ୍‌ ହୋଇ ସାରିଥିଲି । ସେ କ’ଣ ମୋର ପରିଚୟ କହିବେ ଓ ମୋର ଔକାତ ମାପିବେ ।ନୀତିଶ କୁମାର ଯେତେବେଳେ ନ୍ୟାଭି ପରୀକ୍ଷାରେ ଫେଲ ହୋଇଥିଲେ, ମୁଁ ଆଇଏଏସ ପରୀକ୍ଷାରେ ପୁରା ଭାରତରେ ୧୩ ର‍୍ୟାଙ୍କ ପାଇଥିଲି ।

ଜନତା ଦଳ ୟୁନାଇଟେଡ ପୂର୍ବତନ ନେତା ଓ ରାଜ୍ୟସଭା ସଦସ୍ୟ ଆରସିପି ସିଂହ ଏକଥା କହିଥିଲେ । ବିଜେପିରେ ସାମିଲ ହେବା ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ସିଂହ କହିଲେ ଯେ ତାଙ୍କ ପାଇଁ ସବୁ ଦ୍ୱାର ଖୋଲା ରହିଛି । ତେବେ ସେ ଏବେ କାର୍ଯ୍ୟକର୍ତ୍ତାଙ୍କୁ ଭେଟୁଛନ୍ତି ଆଗକୁ ଯାହା ହେବ ଦେଖାଯିବ । ଏ ବିଷୟରେ ମୁଁ ଏବେ କିଛି କହିପାରିବେ ନାହିଁ ବୋଲି ଆରସିପି ସିଂହ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.