ଲିମକାବୁକରେ ଏସିଆର ବୟଷ୍କ ସିମ୍ପାଞ୍ଜି ଭାବେ ସ୍ଥାନ ପାଇବ ରୀତା

ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ଲିମକା ବୁକରେ ସ୍ଥାନ ପାଇବା ପାଇଁ ଯାଉଛି ଦିଲ୍ଲୀ ଚିଡ଼ିଆଖାନାରେ ରହୁଥିବା ସିମ୍ପାଞ୍ଜି ରୀତା । ୧୯୬୦ ମସିହା ଡ଼ିସେମ୍ବରରେ ଜନ୍ମ ନେଇଥିବା ଥିବା ରୀତାକୁ ୫୭ ବର୍ଷ ହୋଇଛି। ତେବେ ୫୭ ବର୍ଷିୟା ରୀତା ଏସିଆର ସବୁଠାରୁ ବୟଷ୍କ ସିମ୍ପାଞ୍ଜି ଭାବେ ବିବେଚିତ ହୋଇଛନ୍ତି । ୧୯୬୦ ମସିହାରେ ଆମଷ୍ଟରଡ଼ାମରେ ଜନ୍ମ ହୋଇଥିବା ରୀତା ଚାରିବର୍ଷର ହୋଇଥିବା ସମୟରେ ଭାରତକୁ ଅଣାଯାଇଥିଲେ। ସେ ଦିଲ୍ଲୀ ଚିଡ଼ିଆଖାନାରେ ରହୁଥିବା ବେଳେ ନିକଟରେ ସେ ତାଙ୍କର ୫୭ତମ ଜନ୍ମ ଦିବସ ପାଳନ କରିଛନ୍ତି । ତାଙ୍କ ଜନ୍ମ ଦିନ ଅବସରରେ ଚିଡ଼ିଆଖାନା କର୍ମଚାରୀ ତାଙ୍କର ନାମକୁ ଲମକା ବୁକରେ ଲେଖିବା ପାଇଁ ମନୋନିତ କରିଛନ୍ତି । ଲିମକା ବୁକର ଟିମ ଏହାର ଏକ ଅନୁସନ୍ଧାନ କରିଛନ୍ତି ଏବଂ ଏହାକୁ ବିଦ୍ଧିବଦ୍ଦ ଭାବେ ଘୋଷଣା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.