ଭୁବନେଶ୍ୱର: ଆଜି କେବଳ ଦେଶରେ ନୁହେଁ ବରଂ ଦେଶ ବାହାରେ ବି ପାଳିତ ହେଉଛି ସ୍ୱାଧୀନତା ଦିବସ। ଭାରତ ସ୍ୱାଧୀନ ହେବାର ୭୫ ବର୍ଷ ପୂର୍ତ୍ତି ଅବସରରେ ବିଦେଶରେ ରହୁଥିବା ଭାରତୀୟ ତଥା ଓଡ଼ିଆ ମାନେ ଦେଶ ଭକ୍ତିର ପ୍ରତୀକ ସ୍ୱରୂପ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ଆମେରିକାର ମିନେପୋଲିସ ଠାରେ ଆଜି ଓଡ଼ିଆମାନେ ପାଳିଛନ୍ତି ସ୍ୱାଧୀନତା ଦିବସ।
ଏ ଅବସରରେ ସେଠାରେ ରହୁଥିବା ଓଡ଼ିଆ ନାଗରିକ ସମ୍ବଲପରୀ ନୃତ୍ୟ ପରିବେଷଣ କରିଛନ୍ତି। ଲୋକପ୍ରିୟ ସମ୍ବଲପୁରୀ ଲୋକଗୀତ ଡାଲଖାଇ ଗୀତର ତାଳେ ତାଳେ ନାଚ କରି ବିଦେଶରେ ସ୍ୱାଧୀନତା ଦିବସ ପାଳିଛନ୍ତି ଓଡ଼ିଆ ଝିଅ। ଏହି ନୃତ୍ୟଶିଳ୍ପୀମାନେ ବିଦେଶରେ ଓଡ଼ିଶାର ଲୋକଗୀତକୁ ଲୋକପ୍ରିୟ କରାଇବା ସହ ଓଡ଼ିଶା ମାଟିର କଳାକୁ ସର୍ବସମ୍ମୁଖରେ ପ୍ରଦର୍ଶିତ କରି ରାଜ୍ୟକୁ କରିଛନ୍ତି ଗୌରବାନ୍ଵିତ।
Also Read: ସ୍ୱପ୍ନରେ ଧଳା ନାଗ ଦେଖିଲେ ମିଳେ ଆଶ୍ଚର୍ଯ୍ୟଜନକ ଶୁଭ ଫଳ, ଧନଧାନ୍ୟ ବୃଦ୍ଧି ସହ ଭଗବାନଙ୍କ କୃପାର ଦିଏ ଆଗୁଆ ସୂଚନା