ଏହି ରାଜ୍ୟରେ କରୋନା ଆଣ୍ଟିଜେନ ଟେଷ୍ଟ ୫୦ ଓ RT-PCR ଟେଷ୍ଟ ୩୦୦, ସରକାର କମାଇଲେ ଟେଷ୍ଟିଙ୍ଗ ରେଟ

ବର୍ତ୍ତମାନ ସମଗ୍ର ବିଶ୍ୱରେ କୋଭିଡ –୧୯ ବ୍ୟାପିବାରେ ଲାଗିଛି । ଏହା ପରେ ମଧ୍ୟ ସମସ୍ତ ରାଜ୍ୟ ସରକାର ଏହାକୁ ରୋକିବା ପାଇଁ ଅନେକ ଗୁଡିଏ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ ଆସିବା ପରେ ଯେହେତୁ ଏହାର ଲକ୍ଷଣ ବିଷୟରେ ଜଣା ପଡୁ ନଥିଲା ଆହା ଅଧିକ ମାତ୍ରାରେ ବ୍ୟାପୁଥିଲା । ଏହା ସହିତ କିଏ ସଂକ୍ରମଣର ଶିକାର ହେଉଛି ତାହା ମଧ୍ୟ ଜଣା ପଡୁ ନଥିଲା କିନ୍ତୁ ବର୍ତ୍ତମାନ ସମସ୍ତ ରାଜ୍ୟ ସରକାର ଟେଷ୍ଚିଙ୍ଗକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ତେଣୁ ଠିକ୍‌ ସମୟରେ ଏହାର ଚିକିତ୍ସା ମଧ୍ୟ କରାଯାଇପାରୁଛି ।

Hemant Soren
Picture Credit – Twitter

ତେଣୁ ଏହି କୋଭିଡର ସଂକ୍ରମଣକୁ ହ୍ରାସ କରିବା ପାଇଁ ଝାରଖଣ୍ଡ ମୁଖ୍ୟ ମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଚେଷ୍ଟା କରୁଛନ୍ତି ପୁଣି ବର୍ତ୍ତମାନ ସେ କୋଭିଡ ଟେଷ୍ଟିଙ୍କକୁ ବଢାଇବା ସହିତ ଟେଷ୍ଟର ରେଟ ମଧ୍ୟ କମାଇ ଦେଇଛନ୍ତି । ଆରଟି -ପିସିଆର ଟେଷ୍ଟ ପାଇଁ ୪୦୦କୁ ୩୦୦ ଟଙ୍କାକୁ ହ୍ରାସ ହୋଥିବା ବେଳେ ଆଣ୍ଟିଜେନ୍ ଟେଷ୍ଟ ପାଇଁ ୧୫୦ ରୁ ୫୦ ଟଙ୍କା ହୋଇଯାଇଛି ।

ଝାଡଖଣ୍ଡର ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରୁଣ କୁମାର ସିଂ କହିଛନ୍ତି ଯେ କରୋନା ପରୀକ୍ଷା ସହ ଜଡିତ ସାମଗ୍ରୀ,କିଟ୍ ଇତ୍ୟାଦିର ମଧ୍ୟ ମୂଲ୍ୟ ହ୍ରାସ କରାଯିବ । ଏହା ଦ୍ୱାରା ସବୁ ବର୍ଗର ଲୋକ କରୋନା ଟେଷ୍ଟ କରିପାରିବେ । କୋଭିଡ ଟେଷ୍ଚ କରିବା ପାଇଁ ଆଉ ପଛଘୁଞ୍ଚା ଦେବେନାହିଁ । ତେଣୁ ରାଜ୍ୟ ସରକାର ଏପରି ନିଶ୍ପତି ନେଇଛନ୍ତି ଯାହା ଦ୍ୱାରା ସମସ୍ତେ ଲାଭ ଉଠାଇ ପାରିବେ । ତେବେ ବର୍ତ୍ତମାନ କେବଳ ଝାଡଖଣ୍ଡ ନୁହେଁ ସମଗ୍ର ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଛି । ତେଣୁ ଏଥି ପାଇଁ ଟେଷ୍ଟିଙ୍ଗ ଓ ଟ୍ରିଟମେଣ୍ଟ ଆବଶ୍ୟକ । ଏହା ସହିତ ଅଧିକ ସଚେତନତା ଅବଲମ୍ବନ କରିବା ଉଚିତ ବୋଲି ସେ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.