ୟୁକ୍ରେନର ଅନେକ ସହରରେ ଏୟାର ଷ୍ଟ୍ରାଇକର ଚେତାବନୀ, କିଭରେ ୩୫ ଘଣ୍ଟିଆ କର୍ଫ୍ୟୁ

ଆଜିକୁ ପ୍ରାୟ ୨୨ ଦିନ ହେବ ଲଗାତାର ଚାଲିଛି ଋଷ-ୟୁକ୍ରେନ ଯୁଦ୍ଧ। ୟୁକ୍ରେନ ଉପରେ ନିୟମିତ ଭାବେ ଆକ୍ରମଣ କରୁଛି ଋଷ। ଆକ୍ରମଣ ଯୋଗୁଁ ଅନେକ ଦେଶ ଋଷ ଉପରେ କଠୋର ପ୍ରତିବନ୍ଧକ ଲଗାଇଛନ୍ତି। ଏହାର ଜବାବରେ ଭ୍ଲାଦିମିର ପୁଟିନ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପୁଟିନ ଜୋ ବାଇଡେନ, ହିଲାରୀ କ୍ଲିଣ୍ଟନଙ୍କ ସମେତ ଅନେକ ଆମେରିକୀୟ ନେତା ଏବଂ ଅଧିକାରୀଙ୍କୁ ବାରଣ କରିଛନ୍ତି। ଏହାରି ମଧ୍ୟରେ ଅଧିକ ପ୍ରକ୍ରିୟାଶୀଳ ହୋଇଚାଲିଛି ଋଷିଆ, ଏମିତିକି ୟୁକ୍ରେନର ଅନେକ ବଡ ବଡ ମଲ ନଷ୍ଟ କରିବା ପରେ ଏବେ ଚେତାବନୀ ଦେଇଛି ୟୁକ୍ରେନର ଅନେକ ସହରରେ ଏୟାର ଷ୍ଟ୍ରାଇକ କରିବା ପାଇଁ।

ଋଷ ୟୁକ୍ରେନ ସହରଗୁଡିକରେ ସାଧାରଣ ନାଗରିକଙ୍କ ଉପରେ ବୋମା ପକାଇବା ଜାରି ରଖିଛି। ଖାଲି ସେତିକି ନୁହେଁ ମାରିଅପୋଲର ସବୁଠାରୁ ବଡ ଡାକ୍ତରଖାନାକୁ କାବୁ କରିଛି ରୁଷିଆ । ଋଷିଆ ସୈନିକମାନେ ଡାକ୍ତର ଏବଂ ରୋଗୀଙ୍କ ସମେତ ୪୦୦ ଲୋକଙ୍କୁ ବନ୍ଦୀ କରି ରଖିଛନ୍ତି। ସେମାନଙ୍କୁ ବାହାରକୁ ଯିବାକୁ ଦିଆଯାଉ ନାହିଁ । ଏହି ସମୟରେ, ଖେରସନରେ ଫସି ରହିଥିବା ୩ ଜଣ ଭାରତୀୟଙ୍କୁ ସିମଫେରୋପୋଲ ଏବଂ ମସ୍କୋ ମଧ୍ୟ ସ୍ଥାନାନ୍ତର କରାଯାଇଛି।

ୟୁକ୍ରେନର ଅନେକ ପ୍ରମୁଖ ସହରରେ ପୁଣି ଥରେ ଏୟାର ଷ୍ଟ୍ରାଇକ୍ ଚେତାବନୀ ଦିଆଯାଇଛି ଓ ଏଥିପାଇଁ ଅନେକ ଲୋକଙ୍କୁ ସ୍ଥାନାନ୍ତରିତ କରାଯଇଉଛି ।
ଏଠାରେ କ୍ରମାଗତ ଭାବେ ସାଇରନ୍ ମଧ୍ୟ ବାଜୁଛି। ୟୁନିସେଫ୍ ର ରିପୋର୍ଟ ଅନୁଯାୟୀ ୟୁକ୍ରେନରେ ୧ ମିନିଟରେ ପ୍ରାୟ ୫୫ ପିଲାଙ୍କୁ ଶରଣାର୍ଥୀ କରାଯାଉଛି।
କହିବାକୁ ଗଲେ, ପ୍ରତିଦିନ ପ୍ରାୟ ୭୫,୦୦୦ ପିଲା ୟୁକ୍ରେନରେ ଶରଣାର୍ଥୀ ହେଉଛନ୍ତି, ଯାହାପାଇଁ ଦାୟୀ ଋଷିଆ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.