ଆଜି ଭାରତ ଆସିବେ ରୁଷର ବିଦେଶ ମନ୍ତ୍ରୀ ଓ ଆମେରିକାର ଉପ ଜାତୀୟ ସୁରକ୍ଷା ଉପଦେଷ୍ଟା ଦଲୀପ ସିଂହ

ନୂଆଦିଲ୍ଲୀ : ଆଜି ଭାରତ ଗସ୍ତରେ ଆସିବେ ରୁଷ୍‌ ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାଭରୋଭ। ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଲାଭରୋଭ । ୟୁକ୍ରେନ୍‌ ସହ ଯୁଦ୍ଧ ଭିତରେ ରୁଷ୍‌ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ ବେଶ ଗୁରୁତ୍ୱ ରଖୁଛି। କେବଳ ରୁଷ ବୈଦେଶିକ ମନ୍ତ୍ରୀ ନୁହଁନ୍ତି, ଆଜି ଭାରତ ଆସୁଛନ୍ତି ଆମେରିକା ଉପଜାତୀୟ ସୁରକ୍ଷା ପରାମର୍ଶଦାତା ଦଲୀପ ସିଂହ ଓ ବ୍ରିଟିସ୍‌ ବୈଦେଶିକ ମନ୍ତ୍ରୀ ଏଲିଜାବେଥ୍‌ ଟ୍ରସ ।

ୟୁକ୍ରେନର ମାନବୀୟ ସଙ୍କଟ ଉପରେ ରୁଷ ଆଗତ କରିଥିବା UNSCର ଏକ ସଙ୍କଳ୍ପରେ ଭାରତ ଅନୁପସ୍ଥିତ ରହିଥିଲା । ପୂର୍ବରୁ ମଧ୍ୟ EU ଦ୍ୱାରା ଆଗତ ଅନେକ ସଙ୍କଳ୍ପରେ ଭାରତ ନ୍ୟୁଟ୍ରାଲ ରହିଥିଲା । ଏନେଇ ଭାରତ ବୈଦେଶିକ ମନ୍ତ୍ରୀ ଏସ .ଜୟଶଙ୍କରଙ୍କ ସହ ଆଲୋଚନା କରିପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.