ସ୍କୁଲ ପରିସରଠୁ ୫୦ ମିଟର ଭିତରେ ବିକ୍ରି ହୋଇପାରିବନି ଜଙ୍କ ଫୁଡ, ବିଜ୍ଞାପନ ଉପରେ ବି ଲାଗିଲା ରୋକ

ଖାଦ୍ୟ ନିୟାମକ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(FSSAI) ସ୍କୁଲ ପରିସରଠୁ ୫୦ ମିଟର ଭିତରେ ଏବଂ ସ୍କୁଲ କ୍ୟାଣ୍ଟିନରେ ଜଙ୍କ ଫୁଡର ବିକ୍ରି ଓ ବିଜ୍ଞାପନ ଉପରେ ରୋକ ଲଗାଇଛି। FSSAI ପକ୍ଷରୁ କୁହାଯାଇଛି, ସ୍କୁଲ ପିଲାମାନଙ୍କ ଲାଗି ସୁରକ୍ଷିତ ତଥା ପୋଷଣ ଖାଦ୍ୟକୁ ପ୍ରୋତ୍ସାହିତ କରିବା ପାଇଁ FSSAI ଏଭଳି ପଦକ୍ଷେପ ଗ୍ରହଣ କରିଛି। ଖାଦ୍ୟ ନିୟାମକ ଏକ ବୟାନରେ କହିଛି, ବିଭିନ୍ନ ଆଲୋଚନା ପରେ ଖାଦ୍ୟ ସୁରକ୍ଷା ଏବଂ ମାନକ(Safe Food for School Children and Healthy Meals) ନିୟମ ୨୦୨୦କୁ ଅଧିସୂଚୀତ କରି ଦିଆଯାଇଛି। ଏହାକୁ ଅଧିସୂଚୀତ କରିବା ପୂର୍ବରୁ ସମସ୍ତ stakeholderଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯାଇସାରିଛି।

as

ଏହାସହିତ FSSAI ରାଜ୍ୟଗୁଡିକର ଶିକ୍ଷା ବିଭାଗ ଏବଂ ଖାଦ୍ୟ ପ୍ରାଧିକରଣକୁ ପିଲାମାନଙ୍କ ପାଇଁ ସୁରକ୍ଷିତ ତଥା ସନ୍ତୁଳିତ ସ୍ୱାସ୍ଥ୍ୟବର୍ଦ୍ଧକ ଭୋଜନର ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛି। ଅଧିସୂଚନା ମୁତାବକ, ଯେଉଁ ଖାଦ୍ୟ ପଦାର୍ଥରେ ସାଚୁରେଟେଡ ଫ୍ୟାଟ, ଟ୍ରାନ୍ସ ଫ୍ୟାଟ, ସୁଗାର ଓ ଲୁଣର ମାତ୍ରା ଅଧିକ ଥିବ, ତାହାକୁ ସ୍କୁଲ ପରିସରଠୁ ୫୦ ମିଟର ଭିତରେ, ସ୍କୁଲ କ୍ୟାଣ୍ଟିନ ଏବଂ ଛାତ୍ରାବାସ କ୍ୟାଣ୍ଟିନରେ ବିକ୍ରି ପାଇଁ ଅନୁମତି ଦିଆଯିବନି।

a

ସେହିପରି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନୀଗୁଡିକୁ ମଧ୍ୟ ସ୍କୁଲଠାରୁ ୫୦ ମିଟର ଦୂର ଏବଂ କ୍ୟାଣ୍ଟିନ ଆଦିରେ ବିଜ୍ଞାପନ କରିବାକୁ ବାରଣ କରାଯାଇଛି। ଏଥିରେ ବ୍ରାଣ୍ଡର ନାଁ, ଲୋଗୋ, ପୋଷ୍ଟର, ପିଲାଙ୍କ ବହି, ଖାତାର କଭର ଆଦିରେ ଦିଆଯାଉଥିବା ବିଜ୍ଞାପନ ସାମିଲ ରହିଛି। ସ୍କୁଲ ପ୍ରଶାସନକୁ ମଧ୍ୟ ଏହି ପ୍ରକାର ଖାଦ୍ୟ ବିକ୍ରି ନ କରିବାର ବୋର୍ଡକୁ ସ୍କୁଲ ପରିସର ଭିତରେ, ପ୍ରବେଶ ଦ୍ଵାର ଏବଂ ଅନ୍ୟ ଦ୍ୱାର ବାହାରେ ଲଗାଇବାକୁ କୁହାଯାଇଛି। ଏହି ବୋର୍ଡ ଇଂଲିଶ ଏବଂ ଅନ୍ୟ ଭାରତୀୟ ଭାଷାରେ ଲେଖାହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.