ସିଓଙ୍କ ଠାରୁ ଡିଆଇଜିଙ୍କ ପର୍ଯ୍ୟନ୍ତ କେହି ଶୁଣିଲେନି, ଶେଷରେ ନିରାଶ ହୋଇ ଜୀବନ ହାରିଲା ଗଣଦୁଷ୍କର୍ମ ପୀଡ଼ିତା ନାବାଳିକା

ଉତ୍ତର ପ୍ରଦେଶ: ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ନିରାଶ ହୋଇ ଜୀବନ ହାରିଲା ଦୁଷ୍କର୍ମ ପୀଡ଼ିତା ନାବାଳିକା। ନ୍ୟାୟ ପାଇଁ ଉଚ୍ଚ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ ବି କେହି ଶୁଣିନଥିଲେ। ଏଣୁ ବାଧ୍ୟ ହୋଇ ଦଉଡ଼ି ଦେଇଛି ଏହି ନିରୀହ ପୀଡ଼ିତା। ଉତ୍ତର ପ୍ରଦେଶର ସମ୍ଭଲରେ ସାମ୍ନାକୁ ଆସିଛି ଏଭଳି ଏକ ଛାତିଥରା ଘଟଣା। ଏଠାରେ ଏକ ଦୁଷ୍କର୍ମ ପୀଡ଼ିତା ନାବାଳିକାକୁ ନ୍ୟାୟ ନ ମିଳିବାରୁ ସେ ସୁଇସାଇଡ୍‌ କରିଛି। ପୀଡ଼ିତା ସିଓଙ୍କ ଠାରୁ ଆରମ୍ଭ କରି ଡିଆଇଜିଙ୍କ ପର୍ଯ୍ୟନ୍ତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୁହାରୀ କରିଥିଲା। କିନ୍ତୁ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ପୋଲିସ ଘଟଣାକୁ ଚାପିବାକୁ ଚେଷ୍ଟା କରିଥିଲା।

ରିପୋର୍ଟ ମୁତାବକ, କୁଢ଼ଫତେହଗଡ଼ ଥାନା ଅଞ୍ଚଳର ଏକ ଗାଁରେ ଜୁଲାଇ ୧୫ରେ ଜଣେ ୧୫ ବର୍ଷର ନାବାଳିକା ସହ ଗଣଦୁଷ୍କର୍ମ ହୋଇଥିଲା। ତାଙ୍କ ସହ ହୋଇଥିବା ଏହି ଘୃଣ୍ୟକାର୍ଯ୍ୟ ଗାଁର ଜଣେ ଯୁବକ ନିଜ ୪ ସାଙ୍ଗଙ୍କ ମିଶି କରିଥିଲା। ଜୁଲାଇ ୧୫ରେ ଥାନାରେ ଜଣେ ଅଭିଯୁକ୍ତ ବିରୋଧରେ ପୋଲିସ ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ କରିଥିଲା।

ପୀଡ଼ିତା ପରିବାରର ଅଭିଯୋଗ ମୁତାବକ, ପୋଲିସ ଏବେ ଯାଏଁ ଅଭିଯୁକ୍ତକୁ ଗିରଫ କରିନାହିଁ। ବରଂ ଅଭିଯୁକ୍ତ ଓ ତା’ ସାଙ୍ଗକୁ ବଞ୍ଚାଇବାକୁ ଚେଷ୍ଟା କରୁଛି। ଏ ନେଇ ପୀଡ଼ିତାଙ୍କ ପରିବାର ଉଚ୍ଚ ଅଧିକାରୀଙ୍କୁ ମଧ୍ୟ ଅଭିଯୋଗ କରିଥିଲେ। ବାରମ୍ବାର ଗୁହାରୀ କରିବା ପରେ ମଧ୍ୟ ପୋଲିସ ଅଭିଯୁକ୍ତକୁ ଗିରଫ କରିନାହିଁ। ଏହି ଘଟଣାରେ ଆଘାତ ପାଇ ବୁଧବାର ଦିନ ପୀଡ଼ିତା ଜୀବନ ହାରିଛି।


ତେବେ ପୀଡ଼ିତା ଆତ୍ମହତ୍ୟା କରିବା ପରେ ପୋଲିସ ଥରହର ସ୍ଥିତିରେ ଯୁଦ୍ଧକାଳୀନ ଭିତ୍ତିରେ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ କରି ଏକ ଏସ୍‌ଓଜି ଟିମ୍‌ ଗଠନ କରିଥିବା ଜଣାଯାଇଛି।

Also Read: ୧୫ ଦିନ ଫେରିଲା ରାଜୁ ଶ୍ରୀବାସ୍ତବଙ୍କ ଚେତା, ଡାକ୍ତର କହିଲେ -ଏବେ ଶୀଘ୍ର ସୁସ୍ଥ ହେବେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.