ପରିଚୟର ଲଢେଇରେ ଅପରାଜେୟ ବ୍ୟକ୍ତିତ୍ବ : ଭେଟନ୍ତୁ ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର ଓକିଲ ସତ୍ୟଶ୍ରୀଙ୍କୁ

ପରମ୍ପରାଗତ ଭାବରେ ଆମର ମାନସିକତା ଦୁଇ ପ୍ରକାର ମଣିଷ ଭିତରେ ସୀମିତ, ତାହା ହେଉଛି ପୁରୁଷ ଓ ନାରୀ । କିନ୍ତୁ ଯେତେବେଳେ ପ୍ରଶ୍ନ ଆସେ ତୃତୀୟ ଲିଙ୍ଗ ବା କିନ୍ନରଙ୍କ କଥା ସେତେବେଳେ ସେମାନଙ୍କୁ ଏକ ଆଶ୍ଚର୍ୟ୍ୟଜନକ ଚାହାଣୀରେ ଦେଖେ ମଣିଷ ସମାଜ । ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବା ପାଇଁ ଏବେ ବି ଏମାନଙ୍କୁ କରିବାକୁ ପଡୁଛି ଅନେକ ସଂଘର୍ଷ । ଏବେ ବି ସେମାନେ ସେହି ଇଜ୍ଜତ ଅପେକ୍ଷାରେ ଯାହା ଉପରେ ରହିଛି ସେମାନଙ୍କ ଅଧିକାର ।

କିନ୍ତୁ ଏହି ପରିଚୟର ଲଢେଇରେ ଜଣେ ଅପରାଜେୟ ବ୍ୟକ୍ତିତ୍ବ ହେଉଛନ୍ତି ସତ୍ୟଶ୍ରୀ ଶର୍ମିଳା । ଯିଏ ଆଜି ଅନ୍ୟମାନଙ୍କ ପାଲଟିଛନ୍ତି ଅନନ୍ୟ ଉଦାହରଣ । ୩୬ ବର୍ଷୀୟ ସତ୍ୟଶ୍ରୀ ଦେଶର ପ୍ରଥମ କିନ୍ନର ଓକିଲ ବନି ଯାଇଛନ୍ତି । ତାମିଲନାଡୁ ବାର୍ କାଉନସିଲ୍ ତାଙ୍କୁ ଓକିଲ ଭାବେର ନିଯୁକ୍ତି ଦେଇଛି ।

ସତ୍ୟଶ୍ରୀଙ୍କ କହିବା ଅନୁଯାୟୀ ଅନେକ ସଂଘର୍ଷ ପରେ ଆଜି ସେ ଏହି ସ୍ଥାନରେ ପହଂଚିପାରିଛନ୍ତି । ଓକିଲା ହେବା ପୂର୍ବରୁ ସେ ୧୧ ବର୍ଷ ଯାଏଁ କିନ୍ନର ଅଧିକାର ପାଇଁ କାର୍ୟ୍ୟକର୍ତ୍ତା ଭାବରେ କାମ କରିସାରିଛନ୍ତି । ସତ୍ୟଶ୍ରୀଙ୍କ ଜନ୍ମ ତାମିଲନାଡୁର ରାମନନ୍ତପରମରେ ହୋଇଥିଲା । ତାଙ୍କର ପିଲାବେଳ ନାଁ ଥିଲା ଉଦୟ କୁମାର । ତେବେ ପାଖ ପଡୋଶୀଙ୍କ କଥା ଶୁଣି ମାତ୍ର ୧୮ ବର୍ଷ ବୟସରେ ତାଙ୍କୁ ଘର ଛାଡିବାକୁ ପଡିଥିଲା ।

କାହିଁକି ଆଇନଜୀବୀ ହେବାର ନେଲେ ନିଷ୍ପତି :

ସତ୍ୟଶ୍ରୀଙ୍କ କହିବା ଅନୁଯାୟୀ, ସେ ଅନେକ ସମୟରେ କିନ୍ନର ମାନଙ୍କ ସହ ଭେଦଭାବ ହେବାର ଦେଖିଛନ୍ତି । ଧୀରେ ଧୀରେ ଏହି ବଢୁଥିବା ଭେଦଭାବ ଦେଖି ସେ ବିକମ୍ ଛାଡି ଲ କରିବାକୁ ନିଷ୍ପତି ନେଇଥିଲେ । ଏହା ପରେ ସେ ଆଉ ପଛକୁ ଫେରି ଚାହିଁନାହାଁନ୍ତି । ୨୦୦୪ରେ ସେ ସଲେମ୍ ସରକାରୀ ଲ କଲେଜରେ ଏଲଏଲବି ଆଡମିଶନ୍ ନେଇ ୨୦୦୭ରେ ନିଜ କୋର୍ସ ଶେଷ କରିଥିଲେ । କିନ୍ତୁ ଓକିଲ ହେବା ପାଇଁ ଲମ୍ବା ଅପେକ୍ଷା କରିବାକୁ ପଡିଥିଲା । କାରଣ ବାର୍ କାଉନସିଲରେ ପଞ୍ଜିକରଣ କରିବା ପାଇଁ ୧୦ ବର୍ଷ ସମୟ ଲାଗିଯାଇଥିଲା ।

ଗତବର୍ଷ ଜ୍ୟୋୟିତା ମଣ୍ଡଳ ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର ବିଚାରପତି ବନିଥିଲେ । ଜ୍ୟୋୟିତାଙ୍କ ନିଯୁକ୍ତି ପଶ୍ଚିମ ବଙ୍ଗାଳର ଇସଲାମପୁରର ଲୋକ ଅଦାଲତରେ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.