ଭାରତରେ ଓମିକ୍ରନ BA.4 ଭ୍ୟାରିଏଣ୍ଟର ଦ୍ୱିତୀୟ ମାମଲା! ହାଇଦ୍ରାବାଦ ପରେ ତାମିଲନାଡ଼ୁରେ ଚିହ୍ନଟ ହେଲେ ରୋଗୀ

ବିଶ୍ୱର ଅନେକ ଦେଶରେ ଦେଖାଦେଇ ସାରିଥିବା ଓମିକ୍ରନର BA.4 ସବ୍‌ ଭ୍ୟାରିଏଣ୍ଟ ଏବେ ଭାରତରେ ରୂପ ଦେଖାଇଛି। ହାଇଦ୍ରାବାଦ ପରେ ଭାରତରେ ଏହାର ଦ୍ୱିତୀୟ ମାମଲା ନିଶ୍ଚିତ ହୋଇଛି। ନୂଆ ମାମଲା ତାମିଲନାଡ଼ୁର ବୋଲି କୁହାଯାଉଛି। ତାମିଲନାଡ଼ୁ ସ୍ୱାସ୍ଥ୍ୟ ମନ୍ତ୍ରୀ ସୁବ୍ରମଣ୍ୟମ୍‌ ଏକ ବୟାନରେ କହିଛନ୍ତି କି, ରାଜ୍ୟରେ ଓମିକ୍ରନ ସବ୍‌ ଭ୍ୟାରିଏଣ୍ଟ BA.4ର ଏକ ମାମଲା ସାମ୍ନାକୁ ଆସିଛି। ଭାରତରେ ରିପୋର୍ଟ କରାଯାଇଥିବା BA.4 ସବ୍‌ ଭ୍ୟାରିଏଣ୍ଟର ଏହା ହେଉଛି ଦ୍ୱିତୀୟ ମାମଲା। ମିଳିଥିବା ସୂଚନା ଅନୁସାରେ, ଭୂତାଣୁରେ ସଂକ୍ରମିତ ବ୍ୟକ୍ତି ତାମିଲନାଡ଼ୁର ଚେନିଆଠାରୁ ୩୦ କିଲୋମିଟର ଦୂର ଚେଙ୍ଗଲପଟ୍ଟୁ ଜିଲ୍ଲା ନଭଲୁରର ବାସିନ୍ଦା ବୋଲି ଜଣାପଡ଼ିଛନ୍ତି। ଏଥି ପୂର୍ବରୁ ଶୁକ୍ରବାର BA.4 ସବ୍‌ ଭ୍ୟାରିଏଣ୍ଟର ପ୍ରଥମ ମାମଲା ହାଇଦ୍ରାବାଦରେ ଚିହ୍ନଟ ହୋଇଥିଲା। ଯେଉଁ ରୋଗୀଙ୍କଠାରେ BA.4 ଭ୍ୟାରିଏଣ୍ଟ ପ୍ରଥମ ଥର ମିଳିଛି, ତାଙ୍କ ନମୁନା ଗତ ମେ’ ୯ରେ ନିଆଯାଇଥିଲା। କହି ରଖୁଛୁ, ଜାନୁଆରୀଠାରୁ ଆମେରିକା ଏବଂ ୟୁରୋପରେ ଓମିକ୍ରନର ଅନେକ ଭ୍ୟାରିଏଣ୍ଟ ସାମ୍ନାକୁ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.