ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶୀ ଥରୁରଙ୍କ ଆଗୁଆ ଜାମିନ !

ashi tharoor ନୂଆଦିଲ୍ଲୀ : ଦିଲ୍ଲୀ ପଟିଆଲା ହାଉସକୋର୍ଟ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶୀ ଥରୁରଙ୍କୁ ଆଗୁଆ ଜାମିନ ଆବେଦନର ଶୁଣାଣି କରିଛି। ଏହି ରାୟ ସଂରକ୍ଷିତ ରଖିଛନ୍ତି ଦିଲ୍ଲୀ ପଟିଆଲା ହାଉସକୋର୍ଟ । ଆସନ୍ତାକାଲି ରାୟ ପ୍ରକାଶ ପାଇବ। ତେବେ ଥରୁରଙ୍କ ଆଗୁଆ ଜାମିନ ଆବେଦନକୁ ବିରୋଧ କରିଥିଲା ଏସଆଇଟି। ଗତକାଲି ଶଶୀ ଥରୁର ଆଗୁଆ ଜାମିନ ଆବେଦନ କରିଥିଲେ । ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଆସନ୍ତା ୭ ତାରିଖରେ ଶୁଣାଣି ରହିଛି । ଏହି ଦିନ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଶଶୀ ଥରୁରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟକ୍ତିଗତ ହାଜିରା ପୂର୍ବରୁ ଆଗୁଆ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଥରୁର । ୪ ବର୍ଷ ତଳେ ଦିଲ୍ଲୀର ଲୀଳା ହୋଟେଲରୁ ସୁନନ୍ଦା ପୁଷ୍କରଙ୍କ ମୃତଦେହ ସନ୍ଦେହଜନକ ଭାବେ ମିଳିଥିଲା । ଏହି ମାମଲାରେ ଶଶୀ ଥରୁରଙ୍କ ବିରୋଧରେ ବିଚାର ଚାଲିବ ବୋଲି ଜୁନ ୫ରେ ଦିଲ୍ଲୀର ଏକ କୋର୍ଟ ରାୟ ଦେଇଥିଲେ । ଏହି ମାମଲାରେ ଏସ୍ଆଇଟି ଚାର୍ଜସିଟ୍ ଦାଖଲ କରି ସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.