ଉଦ୍ଧବ ଠାକ୍‌ରେଙ୍କ ଘରେ ଖୁବ୍‌ ଶୀଘ୍ର ବାଜିବାକୁ ଯାଉଛି ଶାହାନାଇ, ତାଜ୍‌ ହୋଟେଲରେ ହେବ ଭବ୍ୟ ବିବାହ…ଜାଣନ୍ତୁ କିଏ ହେବେ ତାଙ୍କର ବୋହୂ

ବିବାହ ଋତୁ ଆରମ୍ଭ ହୋଇ ଯାଇଛି, ବର୍ତ୍ତମାନ ମହାରାଷ୍ଟ୍ରରେ ବଲିଉଡ୍‌ ଷ୍ଟାରଙ୍କଠାରୁ ଆରମ୍ଭ କରି ରାଜନୈତିକ ଘରର ପିଲାମାନଙ୍କର ବିବାହ ଚର୍ଚ୍ଚାରେ ରହିଛି। ଶିବସେନା ସାଂସଦ ସଞ୍ଜୟ ରାଉତ, କଂଗ୍ରେସ ରାଜ୍ୟ ସଭାପତି ନାନା ପଟୋଲ, ମନ୍ତ୍ରୀ ଗୁଲାବରାଓ ପାଟିଲଙ୍କ ପରେ ଏବେ ଖବର ସାମ୍ନାକୁ ଆସିଛି ଯେ ରାଜ୍ୟରେ ଶାସକ ଦଳ ଅର୍ଥାତ୍ ଠାକରେଙ୍କ ଘରେ ମଧ୍ୟ ବିବାହର ଶାହାନାଇ ବାଜିବାକୁ ଯାଉଛି। ଏହି ହାଇ ପ୍ରୋଫାଇଲ୍ ବିବାହ ପାଞ୍ଚ ତାରକା ହୋଟେଲ ତାଜରେ ଅନୁଷ୍ଠିତ ହେବ, ଯେଉଁଥିରେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ସାମିଲ ହେବେ। ଆସନ୍ତୁ ଜାଣିବା କିଏ ହେବେ ଠାକରେ ପରିବାରର ବୋହୂ।

ବାସ୍ତବରେ, ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ହର୍ଷବର୍ଦ୍ଧନ ପାଟିଲଙ୍କ ଝିଅ ଅଙ୍କିତା ପାଟିଲ, ଠାକରେ ପରିବାରର ବୋହୂ ହେବାକୁ ଯାଉଛନ୍ତି। ଅଙ୍କିତାଙ୍କ ବିବାହ ନିହାର ଠାକରେଙ୍କ ସହିତ ହେବାକୁ ଯାଉଛି। ନିହାର ଶିବସେନା ପ୍ରମୁଖ ବାଲାସାହେବ ଠାକରେଙ୍କ ଦିବଂଗତ ପୁଅ ବିନ୍ଦୁ ମାଧବ ଠାକରେଙ୍କ ପୁଅ। କହି ରଖୁଛୁ କି, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଭାଇ ମାଧବ ଠାକରେଙ୍କ ପୁଅ ହେଉଛନ୍ତି ନିହାର। ଯଦିଓ ଏହି କଥା ଭିନ୍ନ ଯେ ନିହାର ରାଜନୀତିରେ ଅଧିକ ସକ୍ରିୟ ନାହାନ୍ତି। ସେ ମୁମ୍ବାଇରେ ଆଇନଜୀବୀ ରୂପେ କାର୍ଯ୍ୟ କରୁଛନ୍ତି। ନିହାର ଠାକରେ ଓ ଅଙ୍କିତା ପାଟିଲଙ୍କ ବିବାହ ଚଳିତ ମାସ ୨୮ ତାରିଖରେ ମୁମ୍ବାଇର ତାଜ ହୋଟେଲରେ ଅନୁଷ୍ଠିତ ହେବ। ଏହି ଭବ୍ୟ ସମାରୋହରେ ବଲିଉଡ୍‌, ରାଜନୀତି ଏବଂ ଖେଳ ଜଗତର ଅନେକ ବଡ଼ ବଡ଼ ତାରକା ସାମିଲ ହେବାର ଆଶା ରହିଛି।

କହି ରଖୁଛୁ, ମହାରାଷ୍ଟ୍ରର ଟାଣୁଆ ନେତା ତଥା ପୂର୍ବତନ କର୍ପୋରେସନ ମନ୍ତ୍ରୀ ହର୍ଷବର୍ଦ୍ଧନ ପାଟିଲ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ସେ ୨୦୧୯ରେ ବିଜେପିର ସଦସ୍ୟତା ଗ୍ରହଣ କରିଥିଲେ। ପୁଣେର ଇନ୍ଦାପୁର ବିଧାନସଭା ଆସନରୁ ସେ ଚାରିଥର ବିଧାୟକ ରହିଛନ୍ତି। କେବଳ ଏତିକି ନୁହେଁ, ୧୯୯୫ରୁ ୨୦୧୪ ପର୍ଯ୍ୟନ୍ତ ସେ ସମସ୍ତ ରାଜ୍ୟ ସରକାରରେ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।

ଠାକ୍‌ରେ ପରିବାରର ବୋହୂ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରୁହନ୍ତି। ସେ ନିଜ ରାଜନୈତିକ କାର୍ଯ୍ୟକ୍ରମ ଏବଂ ଅନ୍ୟମାନଙ୍କ ସହିତ ଫଟୋ ମଧ୍ୟ ସେୟାର କରି ଥାଆନ୍ତି। ସେପଟେ ନିହାରଙ୍କ ହାତ ଧରିବାକୁ ଯାଉଥିବା ଅଙ୍କିତା ପାଟିଲ ବର୍ତ୍ତମାନ ପୁଣେ ଜିଲା ପରିଷଦର ସଦସ୍ୟ ଏବଂ ଭାରତୀୟ ସୁଗାର ମିଲ୍ସ ଆସୋସିଏସନର ନିର୍ଦ୍ଦେଶକ ମଧ୍ୟ ଅଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ନିହାରଙ୍କର ନିଜ ଦାଦା। ବିଜେପି ନେତା ହର୍ଷବର୍ଦ୍ଧନ ପାଟିଲ ରାଜ ଠାକ୍‌ରେଙ୍କ ଘରକୁ ଯାଇ ବିବାହ ପାଇଁ ନିମନ୍ତ୍ରଣ ଦେଇଥିଲେ। ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.