ED ହେପାଜତରେ ଶିବସେନା ନେତା ସଞ୍ଜୟ ରାଉତ, ମୁମ୍ବାଇ ସ୍ଥିତ ଘରେ ୯ ଘଣ୍ଟା ଧରି କରିଥିଲା ଜେରା

ମୁମ୍ବାଇ: ବନ୍ଧା ହୋଇପାରନ୍ତି ଶିବ ସେନା ନେତା ସଞ୍ଜୟ ରାଉତ। ଏବେ ED ସଞ୍ଜୟ ରାଉତଙ୍କୁ ଅଟକ ରଖିଥିବା ଜଣାଯାଇଛି। ମୁମ୍ବାଇ ସ୍ଥିତ ବାସଭବନରେ ସଞ୍ଜୟ ରାଉତଙ୍କୁ ଦୀର୍ଘ ୯ ଘଣ୍ଟା ଧରି ପଚରାଉଚରା କରିଥିଲା ED। ୧୦୩୪ କୋଟି ଟଙ୍କାର ପାତ୍ରା ଚାଲ୍‌ ଜମି ଦୁର୍ନୀତିରେ ରାଉତଙ୍କ ନାଁ ଆସିବା ପରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂର୍ବରୁ ଇଡି ଏହି ମାମଲାରେ ସଞ୍ଜୟ ରାଉତଙ୍କ ଦାଦର ଏବଂ ଆଲିବାଗରେ ଥିବା ୯ କୋଟି ଟଙ୍କା ଏବଂ ତାଙ୍କ ପତ୍ନୀ ବର୍ଷାଙ୍କ ୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିସାରିଛି।

ଏହି ମାମଲାରେ ଇଡି ଜୁଲାଇ ୨୦ରେ ସଞ୍ଜୟ ରାଉତଙ୍କୁ ସମନ ଜାରି କରିଥିଲା। କିନ୍ତୁ ରାଷ୍ଟ୍ରପତି ନିର୍ବାଚନରେ ବ୍ୟସ୍ତତା ଯୋଗୁ ଶିବସେନା ସାଂସଦ ଏଜେନ୍ସିରେ ହାଜର ହୋଇପାରିନଥିଲେ। ସେ ଓକିଲଙ୍କ ଜରିଆରେ ଅଗଷ୍ଟ ୭ ଯାଏଁ ସମୟ ମାଗିଥିଲେ।

କିନ୍ତୁ ଇଡି ତାଙ୍କର ଏହି ଆବେଦନକୁ ଖାରଜ କରି ଦେଇଥିଲେ ଓ ପୁନର୍ବାର ଜୁଲାଇ ୨୭ରେ ସମନ ଜାରି କରିଥିଲେ। ଏଥରକ ମଧ୍ୟ ସଞ୍ଜୟ ରାଉତ ପହଞ୍ଚିନଥିଲେ ଓ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଦିଲ୍ଲୀରେ ଥିବା ନେଇ କହିଥିଲେ। ଏହା ପରେ ଆଜି ଇଡି ସଞ୍ଜୟ ରାଉତଙ୍କ ଘରେ ପହଞ୍ଚିଛି ଓ ତାଙ୍କୁ ଅଟକ ରଖି ପଚରାଉଚରା ଚଲାଇଛି।

Also Read: ସବୁଠୁ ବଡ଼ ଡିଲ୍‌! ୫ କୋଟି ଟଙ୍କା ଲାଭରେ ରାଜକୁମାର ରାଓଙ୍କୁ ନିଜ ଆପାର୍ଟମେଣ୍ଟ ବିକିଲେ ଜାହ୍ନବୀ କପୁର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.