ୟୁପିରେ ଦୁଃଖଦାୟକ ଦୁର୍ଘଟଣା: ନିଅଁରୁ ଇଟା କାଢ଼ୁଥିବା ବେଳେ କାନ୍ଥ ପଡ଼ି ଚାଲିଗଲା ୪ ଶ୍ରମିକଙ୍କ ଜୀବନ

ୟୁପିର ଚନ୍ଦୌଲି ଜିଲ୍ଲାରେ ଶନିବାର ସକାଳେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ବଲୁଆ ଥାନା ଅନ୍ତର୍ଗତ ପ୍ରଭୁପୁର ଗାଁରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଏଠାରେ ନିଅଁରୁ ଇଟା କାଢ଼ିବା ସମୟରେ ହଠାତ୍‌ ପକ୍କା କାନ୍ଥ ଓ ଏହାର ଲେଣ୍ଟର ଶ୍ରମିକମାନଙ୍କ ଉପରେ ପଡ଼ି ଯାଇଥିଲା। ଏଥିରେ ୪ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି।

ସେପଟେ ଘଟଣା ପରେ ଗାଁରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଏ ନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ୪ ଶ୍ରମିକଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହକୁ ଉଦ୍ଧାର କରି ପାରିଥିଲା। ଖବର ଲେଖାଯିବା ବେଳକୁ ଆଉ ୨ ଜଣଙ୍କ ମୃତଦେହର ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଘଟଣାସ୍ଥଳରେ ଏବେ ବି ଅନେକ ଲୋକ ଜମା ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.