ଛାତ ଉପରେ ବୁଲୁଥିଲା ବୋଲି ଭଉଣୀକୁ ପିଟି ପିଟି ହତ୍ୟା କଲା ଭାଇ

ଆଉ ଦୁଇ ଦିନ ପରେ ଦେଶବ୍ୟାପି ପାଳନ ହେବ ରକ୍ଷାବନ୍ଧନ ଉତ୍ସବ । କିନ୍ତୁ ରକ୍ଷାବନ୍ଧନର ମାତ୍ର କିଛି ଦିନ ପୂର୍ବରୁ ଜଣେ ଭାଇ ନିଜ ଭଉଣୀ ସହିତ ଏମିତି କିଛି କରିଛନ୍ତି ଯାହାକୁ ବିଶ୍ୱାସ କରିହେଉ ନାହିଁ । ରାକ୍ଷୀ ସପ୍ତାହରେ ହିଁ ଉତ୍ତର ପ୍ରଦେଶର ଏକ ଗାଁରେ ଜଣେ ଭାଇ ନିଜ ଭଉଣୀକୁ ହତ୍ୟା କରିବା ଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି । ପ୍ରକୃତରେ ଘଟଣାଟି ଘଟିଥିଲା ଏହିପରି । ସୋମବାର ଅର୍ଥାତ ଆଜି ସକାଳେ ଯୁବତୀଙ୍କ ଶବ ତାଙ୍କ ଘରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏହାପରେ ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ମା ହିଁ ନିଜ ପୁଅ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି । ଖାଲି ସେତିକି ନୁହେଁ ଏନେଇ ଥାନାରେ ଏକ ମାମଲା ମଧ୍ୟ ଦରଜ କରିଛନ୍ତି । ଏନେଇ ଆରୋପିଙ୍କୁ ପଚରା ଉଚୁରା ଜାରି ରଖିଛି ପୋଲିସ ।

ଘଟଣାଟି ଘଟିଛି ଉତ୍ତର ପ୍ରଦେଶ ପିଲଭିତ ଜିଲ୍ଲାର ଦେଓରିୟା କ୍ଷେତ୍ରର ପକଡ଼ିଆ ଅଂଚଳରେ ଘଟିଛି । ଆଜି ସକାଳେ ଏକ ୨୮ ବର୍ଷୀୟା ଯୁବତୀ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଶବ ଦେଖି ଘରେ ଏକ ପ୍ରକାର ହଇଚଇ ସୃଷ୍ଟି ହୋଇଯାଇଥିଲା । ମୃତ ଯୁବତୀଙ୍କ ମାଁ ବିମଳା ଦେବୀ ନିଜ ପୁଅ ବିରୋଧରେ ଅଭିଯୋଗ ଆଣିଛନ୍ତିକି ଗାଁ ଲୋକେ ତାଙ୍କ ପୁଅ ନିକଟକୁ ଅଭିଯୋଗ ନେଇ ଆସିଥିଲେକି ତାଙ୍କ ଭଉଣୀ ଘଣ୍ଟା ଘଣ୍ଟା ଧରି ଛାତ ଉପରେ ଛିଡା ହୋଇ ଗପୁଛନ୍ତି । ଏହା ସହ ଝିଅ ବଡ ହୋଇଗଲାଣି ଏବେ ତାକୁ ବିବାହ କରାଇନେବା ନେଇ ପ୍ରସ୍ତାବ ମଧ୍ୟ ଦେଇଥିଲେ । ଏହି କଥାରେ କ୍ରୋଧାନ୍ୱିତ ହୋଇ ଅନିଲ ନାମକ ଯୁବକ ଜଣଙ୍କ ନିଜ ଭଉଣୀଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମାରପିଟ କରିଥିଲେ । ଆଉ ଭଉଣୀ ପୋଲିସ ନିକଟରେ ସେମିତି କିଛି ପ୍ରକାଶ କରିନପାରେ ସେନେଇ ତାକୁ ଫାସୀରେ ଝୁଲାଇ ଦେଇଥିଲେ । ଆଜି ଅର୍ଥାତ ସୋମବାର ମା’ ସକାଳୁ ଉଠି ଦେଖନ୍ତି ତ ଝିଅ ବେକରେ ଦଉଡ଼ି ଦେଇ ଝୁଲୁଥିବା ଦେଖିବାକୁ ପାଇଥିଲେ । ଆଉ ଏହା ପରେ ପୁରା ଘଟଣା ବାବଦରେ ସୂଚନା ପୋଲିସକୁ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.