ଜମ୍ମୁ କଶ୍ମୀରରେ ପୁଣି ଏନ୍‌କାଉଣ୍ଟର : ସୁରକ୍ଷାବାହିନୀ ଗୁଳିରେ ଟଳିଲେ ୨ ଆତଙ୍କୀ,ଜଣେ ସେନା କମର୍ଚାରୀ ସହିଦ

 ଶୀ୍ରନଗର : ଜମ୍ମୁ କାଶ୍ମୀରରେ ପୁଣି ଏନ୍‌କାଉଣ୍ଟର । ବାନ୍ଦିପୋରା ଜିଲ୍ଲାରେ ସେନା ଗୁଳିରେ ଟଳିଲେ ୨ ଆତଙ୍କବାଦୀ । ଗୁଳି ବିନିମୟରେ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । ବାନ୍ଦିପୋରା ପନାର୍‌ ଜିଲ୍ଲା ଜଙ୍ଗଲରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ଜଏଣ୍ଟ ଅପେରସନ୍‌ ଆରମ୍ଭ ହୋଇଥିଲା । ଏଥିରେ ସାମିଲ ହୋଇଥିଲେ ସିଆରପିଏଫ୍‌ ଓ ରାଷ୍ଟ୍ରୀୟ ରାଇଫଲ୍‌ ଟିମ୍‌ । ଏତିକିବେଳେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା । ଉଭୟ ପକ୍ଷ ମଧ୍ୟରେ ଆରମ୍ଭ ହୋଇଥିଲା ଗୁଳି ବିନିମୟ । ଆତଙ୍କବାଦୀଙ୍କୁ କଡ଼ା ମୁକାବିଲା କରିଥିଲେ ସୁରକ୍ଷାବାହିନୀ । ଏହି ଘଟଣା ପରେ ପନାର ଜଙ୍ଗଲରେ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସଚ୍ଚର୍ ଅପରେସନ୍‌କୁ ଜୋରଦାର କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.