ଗଣଦୁଷ୍କର୍ମରୁ ଜନ୍ମିତ ପୁଅ ୨୭ ବର୍ଷ ପରେ ଅଭିଯୁକ୍ତକୁ ଧରାଇଲା! ମା’ ଦ୍ୱାରା ରୁଜୁ କରାଇଲା ମାମଲା, ଜଣେ ଗିରଫ

ଉତ୍ତର ପ୍ରଦେଶ: ୨୭ ବର୍ଷ ତଳର ଏକ ଗଣଦୁଷ୍କର୍ମ ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ମହମ୍ମଦ ରଜି। ରଜି ହାଇଦ୍ରାବାଦରୁ ନିଜ ଘରକୁ ଆସିଥିବା ବେଳେ ପୋଲିସ ତାଙ୍କୁ କାବୁ କରି ନେଇଥିଲା।

ସୂଚନା ମୁତାବକ, ୩ ମାସ ପୂର୍ବେ ଲକ୍ଷ୍ନୌର ଜଣେ ମହିଳା ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ସେ ଅଭିଯୋଗରେ ଉଲ୍ଲେଖ କରିଥିଲେ କି, ୧୯୯୪ ମସିହାରେ ସେ ଶାହଜହାଁପୁରରେ ନିଜ ଭଉଣୀ ଘରେ ରହୁଥିଲେ। ଏହି ସମୟରେ ସ୍ଥାନୀୟ ଅଞ୍ଚଳର ମହମ୍ମଦ ରଜି ଓ ଗୁଡୁ ତାଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ।

ମହିଳା କହିଥିଲେ ଯେ ତାଙ୍କ ଭିଣୋଇଙ୍କର ଅନ୍ୟତ୍ର ଟ୍ରାନ୍ସଫର ହୋଇଯିବାରୁ ସେମାନେ ସେଠାରୁ ଚାଲି ଯାଇଥିଲେ। ପରବର୍ତ୍ତୀ ସମୟରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ପୁଅକୁ ହରଦୋଇର ଜଣେ ଦମ୍ପତିଙ୍କୁ ଦେଇ ସେ ଲକ୍ଷ୍ନୌର ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ହେଲେ କୌଣସି ମତେ ସ୍ୱାମୀ ତାଙ୍କ ଅତୀତ ବିଷୟରେ ଜାଣିବା ପରେ ତାଙ୍କୁ ଛାଡ଼ି ପଳାଇ ଯାଇଥିଲେ। ଏହାରି ଭିତରେ ତାଙ୍କ ପୁଅ ତାଙ୍କର ପରିଚୟ ଜାଣି ପାଖରେ ଆସି ରହିବା ଆରମ୍ଭ କରିଥିଲା।

rape
photo: OpIndia

ପୁଅର କହିବାରେ ପୀଡ଼ିତା ମହିଳା ଅଭିଯୁକ୍ତମାନଙ୍କ ବିରୋଧରେ ଥାନାରେ ଏତଲା ଦାୟର କରିଥିଲେ। ପୋଲିସ ଡିଏନ୍‌ଏ ଟେଷ୍ଟ୍‍ ଆଧାରରେ ୨୭ ବର୍ଷ ପରେ ମାମଲା ରୁଜୁ କରିଥିଲା। ପୋଲିସ ଅଭିଯୁକ୍ତ ରଜିଙ୍କୁ ତାଙ୍କ ଘରୁ ଗିରଫ କରିଥିବା ବେଳେ ଏହି ଘଟଣାରେ ଅନ୍ୟ ଜଣେ ଫେରାର୍‌ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.