ସୋନିଆ ଗାନ୍ଧୀଙ୍କୁ ପୁଣି କରୋନା; ସରକାରୀ ଗାଇଡ୍‌ଲାଇନ ହିସାବରେ ହେବେ କ୍ୱାରେଣ୍ଟିନ୍‌

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୁଣିଥରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ସରକାରୀ ଗାଇଡ୍‌ଲାଇନ ହିସାବରେ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। କଂଗ୍ରେସ ନେତା ଜୟରାମ ରମେଶ ଏ ନେଇ ସୂଚନା ଦେଇଛନ୍ତି।

ଜୟରାମ ରମେଶ ଟ୍ଵିଟ୍‌ରେ ଲେଖିଛନ୍ତି, ‘ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ କୋଭିଡ୍‌-୧୯ ଟେଷ୍ଟ୍‍ ରିପୋର୍ଟ ପଜିଟିଭ୍‌ ଆସିଛି। ସେ ସରକାରଙ୍କ ଦ୍ୱାରା ଜାରି ପ୍ରୋକ୍ଟୋକଲର ପାଳନ କରି ଆଇସୋଲେସନରେ ରହିବେ’।

ସୋନିଆ ଗାନ୍ଧୀ ଦୁଇ ମାସ ଭିତରେ ଦ୍ୱିତୀୟ ଥର କୋଭିଡ୍‌ରେ ସଂକ୍ରମିତ ହୋଇଛନ୍ତି। ଏହା ପୂର୍ବରୁ ୨ ଜୁନ୍‌ରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିବାରୁ ତାଙ୍କୁ ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କହି ରଖୁଛୁ, ୩ ଦିନ ପୂର୍ବରୁ ସୋନିଆ ଗାନ୍ଧୀଙ୍କ ଝିଅ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ କରୋନା ପଜିଟିଭ୍‌ର ଶିକାର ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.