ମାତ୍ର ୯୯୯ଟଙ୍କାରେ ଫ୍ଲାଇଟରେ କରନ୍ତୁ ଯାତ୍ରା : ଏହି କମ୍ପାନୀର ଚାଲିଛି ମୌସୁମୀ ଅଫର୍

ସ୍ପାଇସ ଜେଟର ସ୍ବତନ୍ତ୍ର ଅଫରରେ କରନ୍ତୁ କେବଳ ୯୯୯ ଟଙ୍କାରେ ଉଡାଣ। ଏୟାରଲାଇନ ନିଜର ମେଗା ମୌସୁମୀ ଅଫର ଆରମ୍ଭ କରିଛି। ଏହି ସେଲ କେବଳ ଘରୋଇ ଉଡାଣ ଏବଂ ଏକ ତରଫା ଯାତ୍ରା ପାଇଁ ଉପଲବ୍ଧ। ମେଗା ମୌସୁମୀ ସେଲ ୪ରୁ୮ ଜୁଲାଇ ପର୍ଯ୍ଯନ୍ତ ଚାଲିବ ଏବଂ ବୁକ୍ ହୋଇଥିବା ଟିକେଟର ବୈଧତା ୮ ଅକ୍ଟୋବର ପର୍ଯ୍ଯନ୍ତ ରହିଛି।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏହି ସୁବିଧା ଅଳ୍ପ ଦୂରକୁ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଲାଗୁ ହେବ। ଯେମିତି ଦିଲ୍ଲୀରୁ ଜୟପୁର ବା ଦେହରାଦୁନ। ଦୂରତା ବଢ଼ିଲେ ଏହାର ଭଡା ମଧ୍ୟ ବଢ଼ିଥାଏ। ଏତଦ୍ ବ୍ଯତୀତ ଏୟାରଲାଇନ ଅନ୍ଯ ସେବାରେ ମଧ୍ୟ ୨୦ ପ୍ରତିଶତ ରିହାତି ରହିଛି। ଏହି ରିହାତି ସିଟ,ମିଲ ଏବଂ ମିଳୁଥିବା ଅନ୍ଯ ସେବାରେ ଲାଗୁ ହେବ। ଏଥିପାଇଁ ଯାତ୍ରୀ ମାନଙ୍କୁ ADDON20 ପ୍ରୋମୋ କୋଡର ବ୍ଯବହାର କରିବାକୁ ହେବ। କମ୍ପାନୀର ଏହି ଅଫର ଅଧିକାରି ୱେବସାଇଟରେ ଉପଲବ୍ଧ ହେବ।

ଏହି ଅଫରର କିଛି ସର୍ତ୍ତ

ଏହି ସେଲର ଫାଇଦା ଉଠାଇବାକୁ ହେଲେ କିଛି ସର୍ତ୍ତ ମଧ୍ୟ ଲାଗୁ ହୋଇଛି। ଏହି ରିହାତି କେବଳ ଏକ ତରଫା ଯାତ୍ରା ପାଇଁ ଦିଆ ଯାଉଛି। ଏହାକୁ ଅନ୍ଯ ଅଫର ସହିତ ଯୋଡା ହୋଇପାରିବ ନାହିଁ। ଏହି ଅଫର ସୀମିତ ସୀଟ ପାଇଁ ଉପଲବ୍ଧ। କମ୍ପାନୀ ପାଖରେ ଅଧିକାର ଅଛି ଯେ ସେମାନେ ଏହି ଅଫରକୁ ନିଜ ଇଚ୍ଛାରେ ବଦଳାଇ ପାରିବେ ଏବଂ ଏଥିପାଇଁ କିଛି ପୂର୍ବ ସୂଚନା ଦେବାକୁ ପଡିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.