ଅନାସ୍ଥା ପ୍ରସ୍ତାବ ପୂର୍ବରୁ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଗୋଟିଚାଳନା, ଗଠନ କଲେ ନୂଆ ମନ୍ତ୍ରିମଣ୍ଡଳ

ଶ୍ରୀଲଙ୍କା: ଅର୍ଥନୈତିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କାରେ ଗଠନ ହେଲା ନୂଆ ମନ୍ତ୍ରିମଣ୍ଡଳ। ଅନାସ୍ଥା ପ୍ରସ୍ତାବ ପୂର୍ବରୁ ଗୋଟି ଚାଳନା କଲେ ରାଷ୍ଟ୍ରପତି। ୧୭ ଜଣ ମନ୍ତ୍ରୀଙ୍କୁ ନେଇ ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ। ଆସନ୍ତାକାଲି ସଂସଦରେ ରାଷ୍ଟ୍ରପତି ଗୋଟାବାୟାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି ବିରୋଧୀ। କିନ୍ତୁ ବିନା କୌଣସି ସୂଚନାରେ ନୂଆ ମନ୍ତ୍ରିମଣ୍ଡଳ କରି ବିରୋଧୀଙ୍କ ଚାଲ୍‌କୁ ମାତ୍‌ ଦେବାକୁ ଗୋଟିଚାଳନା କରିଛନ୍ତି ଗୋଟାବାୟା।


ସେପଟେ ଶ୍ରୀଲଙ୍କା ସଙ୍କଟକୁ ନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ବାହାରେ ତୀବ୍ର ବିରୋଧ ଦେଖିବାକୁ ମିଳିଛି। ଆନ୍ଦୋଳନକାରୀ ‘ଗୋ ଗୋଟା ଗୋ’ ନାରା ଦେଇ ଗୋଟାବାୟାଙ୍କୁ ବିରୋଧ କରିଛନ୍ତି।

ସୂଚନାଯୋଗ୍ୟ ଯେ ଶ୍ରୀଲଙ୍କା ଅର୍ଥନୈତିକ ସଙ୍କଟ ବଢିବାରେ ଲାଗିଛି। ପରିବାଠାରୁ ଆରମ୍ଭ କରି ରାସନ ସାମଗ୍ରୀ ଯାଏଁ ସବୁଥି ପାଇଁ ଦେଶବାସୀ ଆଉଟୁପାଉଟୁ ହେଉଛନ୍ତି। ବଜାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ମଧ୍ୟ ମିଳୁନାହିଁ । ବିଦ୍ୟୁତ୍‌ ଉତ୍ପାଦନ କମିଯାଇଥିବାରୁ ଅଧାରୁ ଅଧିକ ସମୟ ଅନ୍ଧାରରେ ରହୁଛନ୍ତି ଲୋକେ।

Also Read: ଅସହ୍ୟ ଗରମ ଯୋଗୁ ଝାଉଁଳି ଗଲା ଟୁଲିପ୍‌, ବନ୍ଦ କରିବାକୁ ପଡ଼ିଲା ଏସିଆର ସବୁଠୁ ବଡ଼ ଗାର୍ଡେନ

Leave A Reply

Your email address will not be published.