ଶ୍ରୀଲଙ୍କାରେ ବଢ଼ିବାରେ ଲାଗିଛି ଅର୍ଥନୈତିକ ସଙ୍କଟ: ସାହାଯ୍ୟର ହାତ ବଢ଼ାଇଲା ଭାରତ ; ୧୧ ହଜାର ମେଟ୍ରିକ ଟନ ଚାଉଳ ପଠାଇଲା

ନୂଆଦିଲ୍ଲୀ : ଦେବାଳିଆ ସ୍ଥିତିରେ ଶ୍ରୀଲଙ୍କା । ବିଦେଶରୁ ଆଣିଥିବା ରୁଣ ସୁଝି ପାରିବ ନାହିଁ ବୋଲି କହିଛି ଶ୍ରୀଲଙ୍କା ଅର୍ଥମନ୍ତ୍ରାଳୟ । ବିଦେଶରୁ ୫୧ ବିଲିୟନ ଡଲାର ରୁଣ ଆଣିଛି ଶ୍ରୀଲଙ୍କା । ଏଭଳି ସ୍ଥିତିରେ ଇଣ୍ଟର ନ୍ୟାସନାଲ ମନିଟେରୀ ଫଣ୍ଡରୁ ବେଲ ଆଉଟ ପ୍ୟାକେଜ ମିଳିବାର ସମ୍ଭାବନା ରହିଛି । ଶ୍ରୀଲଙ୍କାକୁ ରୁଣ ଦେଉଥିବା ଦକ୍ଷିଣ ଏସିଆର ରାଷ୍ଟ୍ର ଆଜି ଅପରାହ୍ନରୁ ରୁଣ ଉପରେ ସୁଧ ଲଗାଇପାରନ୍ତି । ଶ୍ରୀଲଙ୍କା ଅର୍ଥନୈତିକ ସଙ୍କଟ ବଢିବରେ ଲାଗିଛି । ପରିବାଠାରୁ ଆରମ୍ଭ କରି ରାସନ ସାମଗ୍ରୀ ପାଇବା ପାଇଁ ଦେଶବାସୀ ଆଉଟୁପାଉଟୁ ହେଉଛନ୍ତି । ବଜାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ମଧ୍ୟ ମିଳୁନାହିଁ ।

ଏଭଳି ସଙ୍କଟ ସମୟରେ ସଙ୍କଟ ମୋଚନ ସାଜିଛି ଭାରତ । ଶ୍ରୀଲଙ୍କାରେ ନୂଆ ବର୍ଷ ପାଳନ ପୂର୍ବରୁ କଲମ୍ବୋରେ ପହଞ୍ଚିଛି ଭାରତୀୟ ସାମଗ୍ରୀ । ୧୧ ହଜାର ମେଟ୍ରିକ ଟନ ଚାଉଳ ପଠାଇଛି । ପୂର୍ବରୁ ୧୬ ହଜାର ମେଟ୍ରିକ ଟନ ଚାଉଳ ପଠାଯାଇଥିଲା । ପନିପରିବା, ରାସନ ସାମଗ୍ରୀ ଶ୍ରୀଲଙ୍କାକୁ ପଠାଇଥିଲା । ବୈଦେଶିକ ମୁଦ୍ରା ଅଭାବରୁ ଶ୍ରୀଲଙ୍କାକୁ ବାହାରୁ ଜରୁରୀ ସାମଗ୍ରୀ ଆସିପାରୁନି । ଖାଦ୍ୟ କଷ୍ଟରେ ଅଛନ୍ତି ଲୋକେ । ଇନ୍ଧନ ନାହିଁ କି ଔଷଧ ନାହିଁ।

ଏଭଳି ସ୍ଥିତିରେ ଭାରତ ଠାରୁ ଅଧିକ ସହାୟତା ଆଶା କରିଛନ୍ତି ଶ୍ରୀଲଙ୍କା ନାଗରିକ। ଖାଦ୍ୟ ପଦାର୍ଥ ସହ ୮୦ ହଜାର ମେଟ୍ରିକ୍‌ ଟନ୍‌ ଇନ୍ଧନ ପହଞ୍ଚାଇଛି ଭାରତ । ଏହି ଇନ୍ଧନରେ ବିଦ୍ୟୁତ୍‌ ଉତ୍ପାଦନ ହେବ। ବିଦ୍ୟୁତ୍‌ ଉତ୍ପାଦନ କମିଯାଇଥିବାରୁ ଅଧାରୁ ଅଧିକ ସମୟ ଅନ୍ଧାରରେ ରହୁଛନ୍ତି ଲୋକେ। ପୂର୍ବରୁ ଶ୍ରୀଲଙ୍କାକୁ ଭାରତ ୪୦ ହଜାର ମେଟ୍ରିକ ଟନ ଡିଜେଲ ପଠାଇଥିଲା । ଏପଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.