ନେତାଜୀଙ୍କ ଅବଶେଷ ଭାରତ ମାଟିକୁ ଆଣିବାକୁ ଦାବି କଲେ ଝିଅ ଅନିତା ବୋଷ ଫାଫ୍‌, ସ୍ୱାଧୀନତା ଦିବସରେ ଜନତାଙ୍କୁ କଲେ ଆହ୍ଵାନ

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଝିଅ ତଥା ପ୍ରଫେସର ଅନିତା ବୋଷ ଫାଫ୍‌ ବାପାଙ୍କ ଅବଶେଷକୁ ସ୍ୱଦେଶ ମାଟିକୁ ଆଣିବାକୁ ଦାବି କରିଛନ୍ତି। ସେ କହିଛନ୍ତି, ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବ ବର୍ତ୍ତମାନ ୩ ଦେଶ ଭାରତ, ପାକିସ୍ତାନ ଓ ବାଂଲାଦେଶ ପାଳନ କରୁଛନ୍ତି। ଏହି ସ୍ୱାଧୀନତା ସଂଗ୍ରାମର ପ୍ରମୁଖ ନାୟକମାନଙ୍କ ମଧ୍ୟରୁ ଜଣେ ଥିଲେ ସୁଭାଷ ଚନ୍ଦ୍ର ବୋଷ, ଯିଏକି ଏ ପର୍ଯ୍ୟନ୍ତ ନିଜ ମାତୃଭୂମିକୁ ଫେରି ନାହାନ୍ତି। ସେ ସାରା ଜୀବନ ଦେଶର ସ୍ୱାଧୀନତା ପାଇଁ ସଂଘର୍ଷ କରିଥିଲେ।

ଫାଫ୍‌ କହିଛନ୍ତି ଯେ ଦେଶବାସୀ ତାଙ୍କ ସମର୍ପଣ ଓ ବଳିଦାନ ପାଇଁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଲୋକମାନେ ସୁଭାଷ ଚନ୍ଦ୍ର ବୋଷଙ୍କ ପାଇଁ ଅନେକ ଭୌତିକ ଓ ଆଧ୍ୟାତ୍ମିକ ସ୍ମାରକ ନିର୍ମାଣ କରିଛନ୍ତି ଏବଂ ଏହିଭଳି ଭାବେ ତାଙ୍କ ସ୍ମୃତିକୁ ଜୀବିତ ରଖିଛନ୍ତି। ନେତାଜୀଙ୍କ ପ୍ରତି ସେମାନଙ୍କ ଭଲ ପାଇବାରୁ ପ୍ରେରିତ ହୋଇ ଭାରତରେ କିଛି ପୁରୁଷ ଏବଂ ମହିଳା ନେତାଜୀଙ୍କୁ ମନେ ପକାଉଛନ୍ତି। ସେ କହିଛନ୍ତି କି, ୧୯୪୫ ଅଗଷ୍ଟ ୧୮ରେ ଏକ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇ ନ ଥିଲା।

ଫାଫ୍‌ କହିଥିଲେ, ନେତାଜୀଙ୍କ ମୃତ୍ୟୁ ସେହିଦିନ ବିଦେଶରେ ହୋଇଥିଲା। ଜାପାନ ତାଙ୍କ ଅବଶେଷକୁ ଟୋକିଓର ରେଙ୍କୋଜି ମନ୍ଦିରରେ ରଖିଛି। ସେବେଠାରୁ ଆଜି ପର୍ଯ୍ୟନ୍ତ ପୂଜାରୀମାନଙ୍କର ୩ ପିଢ଼ି ଅବଶେଷର ସୁରକ୍ଷା କରି ଆସୁଛନ୍ତି। ଏବେ ତାଙ୍କ ଅବଶେଷଗୁଡ଼ିକୁ ଭାରତ ମାଟିକୁ ଆଣିବାର ସମୟ ଆସିଛି। ଫାଫ୍‌ ନେତାଜୀଙ୍କ ଅସ୍ଥିକୁ ତାଙ୍କ ମାତୃଭୂମିକୁ ଫେରାଇ ଆଣିବା ପାଇଁ ଲୋକମାନଙ୍କୁ ପ୍ରୟାସ କରିବାକୁ ଆହ୍ଵାନ କରିଛନ୍ତି।

ଫାଫ୍‌ କହିଛନ୍ତି, ସେ ନେତାଜୀଙ୍କ ଅବଶେଷଗୁଡ଼ିକର ଡିଏନ୍‌ଏ ପରୀକ୍ଷା ପାଇଁ ପ୍ରସ୍ତୁତ ଅଛନ୍ତି। କହି ରଖୁଛୁ, ଅନିତା ବୋଷ୍‌ ଫାଫ୍‌ ନେତାଜୀଙ୍କର ଏକମାତ୍ର ସନ୍ତାନ।

Leave A Reply

Your email address will not be published.