ସୁପ୍ରିମକୋର୍ଟରେ ଏଆଇଏଫଏଫକୁ ଫିଫାର ନିଲମ୍ବନ ପ୍ରସଙ୍ଗ, ହସ୍ତକ୍ଷେପ କରି ସମାଧାନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ):ଏଆଇଏଫ୍‌ଏଫ୍‌ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବା ପଦକ୍ଷେପ ନେଇ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ। ଏଆଇଏଫଏଫ ଉପରୁ ଫିଫା ନିଲମ୍ବନ ହଟାଇ ଭାରତରେ ଅଣ୍ଡର ୧୭ ମହିଳା ବିଶ୍ୱକପ୍‌ ଆୟୋଜନ କରିବାକୁ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ। ଏଆଇଏଫଏଫ ଉପରେ ଫିଫାର ନିଲମ୍ବନ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ହୋଇଥିଲା ଶୁଣାଣି। ଜଷ୍ଟିସ ଡିୱାଇ ଚନ୍ଦ୍ରଚୂୂଡ଼, ଜଷ୍ଟିସ ଏଏସ ବୋପନ୍ନା ଓ ଜଷ୍ଟିସ ପାର୍‌ଦିୱାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାରେ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲାର ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି, ଗତକାଲି ନିଲମ୍ବନ ପରେ ଫିଫା କର୍ତ୍ତୃପକ୍ଷଙ୍କ ସହ ଦୁଇଟି ପର୍ଯ୍ୟାୟରେ ଆଲୋଚନା ହୋଇଛି। ଏଆଇଏଫଏଫରେ ନିଯୁକ୍ତ ପ୍ରଶାସକ କମିଟି ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି। ଖୁବ ଶୀଘ୍ର ମାମଲାର ସମାଧାନ ହେବ ବୋଲି ସଲିସିଟର ଜେନେରାଲ କୋର୍ଟଙ୍କୁ ଜଣାଇଛନ୍ତି। ଅଗଷ୍ଟ ୨୨ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ତୃତୀୟ ପକ୍ଷର ହସ୍ତକ୍ଷେପ ପାଇଁ ସୋମବାର ରାତିରେ ଅଲଇଣ୍ଡିଆ ଫୁଟବଲ ଫେଡେରେସନକୁ ନିଲମ୍ବନ କରିଥିଲା ଫିଫା। ଏହା ତତ୍କାଳ କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ ଦେଇଥିଲା। ଏହା ଫଳରେ ଆସନ୍ତା ଅକ୍ଟୋବର ୧୧ତାରିଖରୁ ଭାରତରେ ହେବାକୁ ଥିବା ଫିଫା ଅଣ୍ଡର ୧୭ ମହିଳା ବିଶ୍ୱକପ ଆୟୋଜନ ନେଇ ଅନିଶ୍ଚିତତା ଦେଖାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.