ଏଲୋପ୍ୟାଥି ଓ ଟିକାକରଣ ଉପରେ ବାବା ରାମଦେବଙ୍କ ବିବାଦୀୟ ବୟାନ; ସୁପ୍ରିମ୍‌ କୋର୍ଟ ଜାରି କଲେ ନୋଟିସ୍‌

ଏଲୋପ୍ୟାଥିକ୍‌ ଔଷଧ ଏବଂ ଟିକାକରଣ ବିରୋଧରେ ବିବାଦୀୟ ବୟାନ ଦେଇ ଫସିଛନ୍ତି ବାବା ରାମଦେବ। ଏବେ ତାଙ୍କ ଟିପ୍ପଣୀକୁ ନେଇ ସୁପ୍ରିମ୍‌ କୋର୍ଟ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ଏବଂ ନୋଟିସ୍‌ ଜାରି କରି ଏ ସମ୍ପର୍କରେ ଜବାବ ମାଗିଛନ୍ତି।

ସୁପ୍ରିମ୍‌ କୋର୍ଟ ଇଣ୍ଡିଆନ ମେଡିକାଲ ଆସୋସିଏସନ (IMA)ର ପିଟିସନ ଉପରେ ଶୁଣାଣି କରି ବାବା ରାମଦେବଙ୍କ ବ୍ୟତୀତ କେନ୍ଦ୍ର ସରକାରଙ୍କୁ ମଧ୍ୟ ନୋଟିସ୍‌ ଜାରି କରିଛନ୍ତି ଏବଂ ଏହାର ଉତ୍ତର ରଖିବାକୁ କହିଛନ୍ତି।

ପ୍ରଧାନ ବିଚାରପତି ଏନ୍‌ଭି ରମନା ପିଟିସନ ଶୁଣାଣି ସମୟରେ କହିଥିଲେ, ‘ବାବା ରାମଦେବଙ୍କୁ କ’ଣ ହୋଇଛି? ଯୋଗକୁ ଲୋକପ୍ରିୟ କରିବା ପାଇଁ ଆମେ ତାଙ୍କୁ ସମ୍ମାନ ଦେଉଛୁ। କିନ୍ତୁ ସେ ଚିକିତ୍ସାର ଅନ୍ୟ ଉପାୟ ଉପରେ ଏଭଳି ପ୍ରଶ୍ନ ଉଠାଇବା ଆଦୌ ଠିକ୍‌ ନୁହେଁ। ତାଙ୍କୁ ଦ୍ୱିତୀୟ ଚିକିତ୍ସା ପଦ୍ଧତି ଉପରେ ପ୍ରଶ୍ନ ଉଠାଇବାଠାରୁ ଦୂରେଇ ରହିବା ଉଚିତ୍‌’।

ଇଣ୍ଡିଆନ ମେଡିକାଲ ଆସୋସିଏସନ ସୁପ୍ରିମ୍‌ କୋର୍ଟରେ ପିଟିସନ ଦାଖଲ କରି କହିଛି ଯେ ବାବା ରାମଦେବ ଲଗାତାର ଏଲୋପ୍ୟାଥିକ୍‌ ଔଷଧ ବିରୋଧରେ ଦୁଷ୍ପ୍ରଚାର କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.