ଅନାସ୍ଥା ପ୍ରସ୍ତାବର ସାମ୍ନା କରୁଛନ୍ତି ଇମ୍ରାନ୍‌ ଖାନ୍‌, ରାତି ୮ଟା ୩୦ରେ ହୋଇପାରେ ମତଦାନ

କେନ୍ୟୁଜ୍(ବ୍ୟୁରୋ): ପାକିସ୍ତାନ ରାଜନୀତି ପାଇଁ ଆଜିର ଦିନ ବହୁ ଗୁରୁତ୍ୱପୂର୍ଣ୍ଣ । ଅନାସ୍ଥା ପ୍ରସ୍ତାବର ସାମ୍ନା କରୁଛନ୍ତି ଇମ୍ରାନ୍‌ ଖାନ୍‌ । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଇମ୍ରାନ୍‌ଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ ହେବ । ରାତି ୮ଟା ୩୦ରେ ଅନାସ୍ଥା ପ୍ରସ୍ତାବ ଉପରେ ମତଦାନ ହୋଇପାରେ । ଆଜି ପାକ୍‌ ନାସନାଲ ଆସେମ୍ଳିରେ ବିରୋଧୀ ଦଳ ନେତା ଶାହବାଜ ସରିଫ ଗୃହରେ ମନ୍ତବ୍ୟ ଦେବା ବେଳେ ବାଚସ୍ପତିଙ୍କ ସହ ତାଙ୍କର କଥା କଟାକଟି ହୋଇଥିଲା । ହଟ୍ଟଗୋଳ ଯୋଗୁଁ ଦିନ ଗୋଟାଏ ଯାଏ ନ୍ୟାସନାଲ ଆସେମ୍ଳି ସ୍ଥଗିତ ରହିଥିଲା । ୨ ଘଣ୍ଟା ବିଳମ୍ବ ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି ।

ବର୍ତ୍ତମାନ ସୁଦ୍ଧା ଇମ୍ରାନଙ୍କ ଦଳର ୫୧ ଜଣ ସାଂସଦ ନ୍ୟାସନାଲ ଆସେମ୍ଳିରେ ପହଞ୍ଚିଛନ୍ତି । ଇମ୍ରାନ ସରକାର ରହିବ କି ନାହିଁ ତାହା ଭୋଟ ଗ୍ରହଣ ପରେ ଜଣାପଡିବ । ଯଦି ଏହି ଭୋଟିଂରେ ଇମ୍ରାନ ପରାସ୍ତ ହୁଅନ୍ତି, ତାହେଲେ ବିରୋଧୀ ଦଳଙ୍କ ସରକାର ଗଠନ ହେବ । ଶାହବାଜ ସରିଫ ଦେଶର ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ୩୪୨ ଆସନ ବିଶିଷ୍ଟ ନ୍ୟାସନାଲ ଆସେମ୍ଲିରେ ଫ୍ଳୋରେ ଟେଷ୍ଟ ପାସ ପାଇଁ ୧୭୨ ଜଣ ସାଂସଦଙ୍କ ସମର୍ଥନ ଦରକାର । ତେବେ ଇମ୍ରାନଙ୍କ ପାଖରେ ୧୪୨ ଜଣ ସାଂସଦଙ୍କ ସମର୍ଥନ ରହିଛି । ବିରୋଧୀ ଦଳ ୧୯୯ ଜଣ ସାଂସଦଙ୍କ ସମର୍ଥନ ଥିବା ଦାବି କରୁଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.