ବନ୍ଦ ହୋଇପଡ଼ିଥିବା ଆକାଉଣ୍ଟରେ ଥିବା ଟଙ୍କାର ଆଇନଗତ ହକଦାରଙ୍କୁ ଦେବା ଯାଚିକା ଉପରେ ନୋଟିସ ଜାରି କଲେ ସୁପ୍ରିମ କୋର୍ଟ

ନିଷ୍କ୍ରିୟ ହୋଇ ପଡିଥିବା କିମ୍ବା ବନ୍ଦ ହୋଇ ପଡ଼ିଥିବା ବ୍ୟାଙ୍କ ଆକାଉଣ୍ଟରେ ଥିବା ପଇସାକୁ ସେମାନଙ୍କ ଆଇନଗତ ହକଦାରଙ୍କ ପାଇଁ ସୁଲଭ କରିବା ନେଇ ଏକ ଯାଚିକା ଉପରେ ସୁପ୍ରିମ କୋର୍ଟ ପକ୍ଷରୁ ନୋଟିସ ଜାରି କରାଯାଇଛି । ସାମ୍ବାଦିକ ସୁଚେତା ଦଲାଲ ଯାଚିକାରେ କହିଛନ୍ତିକି ରିଜର୍ଭ ବ୍ୟାଙ୍କ ତଥା ଅନ୍ୟ ନିୟାମକ ସଂସ୍ଥା ଗୁଡିକ ନିକଟରେ ବର୍ତ୍ତମାନ ସମୟରେ ୪୦ ହଜାର କୋଟି ଟଙ୍କା ଥାଇପାରେ । ଏବାବଦରେ ବିସ୍ତୃତ ସୂଚନା ଲୋକଙ୍କ ନିକଟରେ ଉପଲବ୍ଧ କରାଯିବା ନେଇ ବ୍ୟବସ୍ଥା କରାଯିବା ଉଚିତ । ଯାହା ଦ୍ୱାରା ଅସଲ ହକଦାରମାନେ ନିଜ ନିଜ ଟଙ୍କାକୁ ନେଇ ଦାବି କରିପାରିବେ ।

ସୁପ୍ରିମ କୋର୍ଟ ଓକିଲ ପ୍ରଶାନ୍ତ ଭୂଷଣଙ୍କ ମାଧ୍ୟମରେ ଦାଖିଲ ହୋଇଥିବା ଯାଚିକାରେ ସୁଚେତା ଦଲାଲ କହିଛନ୍ତିକି ବ୍ୟାଙ୍କିଙ୍ଗ ରେଗୁଲେସନ ଆକ୍ଟ ଅନୁଯାୟୀ ରିଜର୍ଭ ବ୍ୟାଙ୍କ “ଡିପୋଜିଟର ଏଜୁକେସନ ଆଣ୍ଡ ଆବେୟାନେସ ଫଣ୍ଡ” ଗଠନ କରିଛନ୍ତି । ମାଚ୍ୟୁର ହୋଇଯାଇଥିବା ଏଫଡ଼ି, ବନ୍ଦ ହୋଇଯାଇଥିବା ଖାତା, ନିଷ୍କ୍ରିୟ ହୋଇଯାଇଥିବା ଡୋରମେଣ୍ଟ ଆକାଉଣ୍ଟରେ ଥିବା ସମସ୍ତ ଟଙ୍କା ଫଣ୍ଡକୁ ଟ୍ରାନ୍ସ୍ଫର କରି ଦିଆଯାଏ | ଆକ୍ଟରେ ଥିବା ନିୟମ ଅନୁଯାୟୀ ଖାତାଧାରୀ କିମ୍ବା ତାହାର ଆଇନଗତ ଉତ୍ତରାଧିକାରୀ ଏହି ଟଙ୍କା ସବୁକୁ ହାସଲ କରିପାରିବେ । କିନ୍ତୁ ଏହି ପ୍ରକ୍ରିୟା ନେଇ ଲୋକଙ୍କ ନିକଟରେ କୌଣସି ପ୍ରକାର ସୂଚନା ଏଯାବତ ନାହିଁ । ଅଧିକାଂଶ ଲାକଙ୍କୁ ତ ଏହା ବି ଜଣାନଥାଏକି ତାଙ୍କ ଟଙ୍କା DEA ଫଣ୍ଡରେ ଗଛିତ ହୋଇ ରହିଛି ।

ଯାଚିକାରେ ଏହା ମଧ୍ୟ ଦର୍ଶାଯାଇଛିକି “ଇନଭେଷ୍ଟର ଏଜୁକେସନ ଆଣ୍ଡ ପ୍ରୋଟେକ୍ସନ ଫଣ୍ଡ” ନାଁରେ ଏହି ସଂଖ୍ୟା ଉପଲବ୍ଧ କରାଯାଇଛି । କିନ୍ତୁ ଏବାବଦରେ ସୂଚନା ଖୁବ କମ ଲୋକଙ୍କ ନିକଟରେ ହିଁ ଅଛି । ଏହାଦ୍ୱାରା ଟଙ୍କା ଉଠାଇବା ପ୍ରକ୍ରିୟାରେ ଲୋକଙ୍କୁ ଏକ ବଡ଼ ଧରଣର କମିଶନ ଦେବାକୁ ହୋଇଥାଏ । ଏହି ମାମଲାର ଶୁଣାଣି କରିବା ସମୟରେ ଜଷ୍ଟିସ ଏସ. ଅବଦୁଲ ନଜିର ଓ ଯେ କେ ମାହେଶ୍ୱରୀଙ୍କୁ ନେଇ ଗଠିତ ହୋଇଥିବା ଖଣ୍ଡପୀଠ ଯାଚିକାରେ ଉଠାଯାଇଥିବା ଘଟଣାକୁ ମହତ୍ତ୍ୱପୂର୍ଣ୍ଣ ବୋଲି ଦର୍ଶାଇଛନ୍ତି । କୋର୍ଟ ଏହି ମାମଲାରେ କେନ୍ଦ୍ର ସରକାର, ଆରବିଆଇ ତଥା ସେବିକୁ ମଧ୍ୟ ନୋଟିସ ଜାରି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.