ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରହିଛି ତଦନ୍ତ ,ଗିରଫ ଓ ସମ୍ପତ୍ତି ଜବତ କରିବା ଅଧିକାର: ସୁପ୍ରିମ କୋର୍ଟ

ମାନ୍ୟବର ସୁପ୍ରିମ କୋର୍ଟ ଟଙ୍କା ହେରଫେର ମାମଲାରେ ଇଡିର ଗିରଫଦାରୀ ଅଧିକାରକୁ କାଏମ ରଖିଛନ୍ତି । ଅଦାଲତଙ୍କ କହିବା ଅନୁଯାୟୀ ଏନ୍ଫୋର୍ସମେଣ୍ଟ ଡିରେକଟୋରେଟ ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା କରାଯାଉଥିବା ଗିରଫଦାରୀ ପ୍ରକ୍ରିୟା ମନଇଛା ହୁଏ ନାହିଁ । ଦେଶର ସର୍ବୋଚ୍ଚ ଅଦାଲତ ପ୍ରିଭେନ୍ଶାନ ଅଫ ମନି ଲଣ୍ଡ୍ରରିଙ୍ଗ ଆକ୍ଟର ଅନ୍ୟାନ ପ୍ରାବଧାନ ଗୁଡିକର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରୁଥିବା ଯାଚିକା ଗୁଡିକର ଶୁଣାଣି ସମୟରେ ହିଁ ସୁପ୍ରିମ କୋର୍ଟ ଏହି ଘୋଷଣା କରିଛନ୍ତି । ଅଦାଲତ ନିୟମ ଅନୁଯାୟୀ ଫାଇନାନ୍ସ ବିଲ ଜରିଆରେ କରାଯାଇଥିବା ପରିବର୍ତ୍ତନର ମାମଲାକୁ ୭ ଜଣିଆ ଏକ ବେଞ୍ଚକୁ ପଠାଇ ଦେଇଛନ୍ତି ।

ସୁପ୍ରିମ କୋର୍ଟ ନିଜ ଶୁଣାଣିରେ ଇଡ଼ି ଦ୍ୱାରା କରାଯାଉଥିବା ଯାଞ୍ଚ, ଗିରଫଦାରୀ ତଥା ସମ୍ପତ୍ତିକୁ ଆଟାଚ କରିବା ନେଇ ଅଧିକାର ଗୁଡିକୁ କାଏମ ରଖିଛନ୍ତି । ଏହା ସହିତ କୋର୍ଟ ଏହା ମଧ୍ୟ କହିଛନ୍ତିକି ତଦନ୍ତ ସମୟରେ ED, SFIO, DRI ଅଧିକାରୀଙ୍କ ସାମ୍ନାରେ ଦରଜ ହୋଇଥିବା ବୟାନ ବି ଏକ ବଳିଷ୍ଠ ପ୍ରମାଣ ଭାବେ କାମ କରିବ । ଏହା ସହିତ ବେଞ୍ଚ ଏହା ମଧ୍ୟ କହିଛନ୍ତିକି ଆରୋପି ମାନଙ୍କୁ ECIR କପି ଦାଖଲ କରିବା ବି ଜରୁରୀ ନୁହେଁ । ଅବଶ୍ୟ କେଉଁ ଆଧାରରେ ତାଙ୍କୁ ଗିରଫ କରାଯାଉଛି ସେନେଇ ସୂଚନା ଦେଇଦିଆଯିବ । ଏହା ସହ ଅଦାଲତ ବେଲ ମିଳିବା ନେଇ କଣ୍ଡିସନ ଗୁଡିକୁ ବି କାଏମ ରଖିଛନ୍ତି । ଯାଚିକାରେ ବେଲ ପାଇଁ ମହଜୂତ ଥିବା ସର୍ତ୍ତ ଗୁଡିକ ଉପରେ ବି ପ୍ରଶ୍ନ ଅଣାଯାଇଛି ।

PMLA ନିୟମ ଅନୁଯାୟୀ ଗିରଫ କରିବା, ଜାମିନ ଦେବା, ସମ୍ପତ୍ତି ଜବତ କରିବା ଅଧିକାର CrPC ନିୟମରୁ ବାହାରେ ଅଛି । ସୁପ୍ରିମ କୋର୍ଟରେ ଦାୟର ହୋଇଥିବା ଯାଚିକାରେ PMLA ଆକ୍ଟକୁ ଅସାମ୍ବିଧାନିକ ଦର୍ଶାଯିବା ସହିତ CrPC ରେ କୌଣସି ଅପରାଧର ଯାଞ୍ଚ କିମ୍ବା ଟ୍ରାଏଲ ବିଷୟରେ ଦିଆଯାଇଥିବା ପ୍ରକ୍ରିୟା ଗୁଡିକର ପାଳନ ହୁଏ ନାହିଁ ବୋଲି କୁହାଯାଇଛି । କେନ୍ଦ୍ର ସରକାର ଲୋକସଭାରେ ଗତ ସୋ ମବାର ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତିକି ୧୭ ବର୍ଷ ପୂର୍ବେ ଆଇନ ଜାରି ହେବା ପରେ PMLA ଅଧୀନରେ ଦରଜ ହୋଇଥିବା ୫
ହଜାର ୪୨୨ ଗୋଟି ମାମଲାରେ ମାତ୍ର ୨୩ ଜଣଙ୍କୁ ହିଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଇଡି PMLA ଅଧୀନରେ ପାଖାପାଖି ୧ ଲକ୍ଷ ୪ ହଜାର ୭୦୨ କୋଟି ଟଙ୍କାର ସମ୍ପତ୍ତିକୁ ଆଟାଚ କରିବା ସାଇଟ ୯୯୨ ମାମଲାରେ ଚାର୍ଜସିଟ ଦାଖଲ କରିଛନ୍ତି । ଯେଉଁଥିରେ ୮୬୯.୩୧ କୋଟି ଟଙ୍କା ଜବତ କରାଯାଇଛି ଆଉ ଏହା ସହ ୨୩ ଜଣ ଆରୋପିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.