ଝାଡ଼ଖଣ୍ଡରେ ସ୍ୱାମୀ ଅଗ୍ନିବେଶଙ୍କୁ ଆକ୍ରମଣ : ପେଲାଠେଲା, ବିଧା ଓ ଗୋଇଠା ମାଡ଼ ଅଭିଯୋଗ

ନୂଆଦିଲ୍ଳୀ : ଝାଡ଼ଖଣ୍ଡରେ ସ୍ୱାମୀ ଅଗ୍ନିବେଶଙ୍କୁ ଆକ୍ରମଣ କରାଯାଇଛି। ବିଜେପି ଯୁବମୋର୍ଚ୍ଚା କର୍ମୀମାନେ କଳାପତାକା ଦେଖାଇବା ସହ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆଜି ସ୍ୱାମୀ ଅଗ୍ନିବେଶ ଝାଡ଼ଖଣ୍ଡର ପାକୁରରେ ଏକ ସମ୍ମିଳନୀରେ ଯୋଗଦେବାକୁ ଆଦିବାସୀ ସମର୍ଥକଙ୍କ ସହ ଯାଉଥିଲେ । ସେ ହୋଟେଲରୁ ବାହାରକୁ ଆସିବା ପରେ ତାଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା । ସ୍ୱାମୀ ଅଗ୍ନିବେଶ ଗଣ୍ଡଗୋଳକାରୀଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିବା ବେଳେ ସେମାନେ କିଛି ଶୁଣିନଥିଲେ।

ଆହତ ଅବସ୍ଥାରେ ଅଗ୍ନିବେଶଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଗ୍ନିବେଶ ନିଜ କାର୍ୟ୍ୟକ୍ରମ ସଂପର୍କରେ ପ୍ରଶାସନକୁ ସୂଚନା ଦେଇଥିଲେ । ହେଲେ ସେ ରହୁଥିବା ହୋଟେଲ ନିକଟରେ ପୋଲିସ ମୁତୟନ କରାଯାଇ ନଥିବା ଅଭିଯୋଗ ହୋଇଛି । ତେବେ ତାଙ୍କ ଉପରେ ଆକ୍ରମଣର କାରଣ କ’ଣ, ତାହା ଜାଣିନାହାନ୍ତି ବୋଲି ଅଗ୍ନିବେଶ କହିଛନ୍ତି । ଏହି ଘଟଣାରେ ପୋଲିସକୁ ତଦନ୍ତ ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.