ମହିଳା କମିଶନର ଅଧ୍ୟକ୍ଷାଙ୍କ ଘୋଷଣା, ଦୁଷ୍କର୍ମକାରୀଙ୍କୁ ଫାଶୀ ନ ମିଳିବା ଯାଏଁ ବସିବେ ଅନଶନରେ

ବଳାତ୍କାରୀଙ୍କୁ ଫାଶୀ ନ ଦିଆଯିବା ଯାଏଁ ଆମରଣ ଅନଶନରେ ବସିବେ ବୋଲି ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲୀବାଲ କହିଛନ୍ତି। ଅନଶନରେ ବସିବା ପୂର୍ବରୁ ସେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିବା ସହ ଟ୍ଵିଟ୍‌ ମଧ୍ୟ କରିଛନ୍ତି। ଟ୍ଵିଟ୍‌ରେ ସେ ଲେଖିଛନ୍ତି ମୁଁ ସେତେବେଳ ପର୍ଯ୍ୟନ୍ତ ଆମରଣ ଅନଶନ କରିବି ଯେତେବେଳ ଯାଏଁ ପ୍ରଧାନମନ୍ତ୍ରୀ ମୋଦି ନିଜ ପ୍ରତିଶ୍ରୁତି ପୂରଣ କରିନାହାନ୍ତି। ସେ ଦେଶରେ ପୋଲିସ ବାହିନୀ ବଢ଼ାଯାଉ, ଫାଷ୍ଟଟ୍ରାକ୍‌ କୋର୍ଟ ସ୍ଥାପନ କରାଯାଉ, ଦିଲ୍ଲୀ ପୋଲିସକୁ ୬୬ ହଜାର ପୋଲିସ କର୍ମୀ ତୁରନ୍ତ ଦିଆଯାଉ ଆଦି ଦାବି କରିଛନ୍ତି।

ସ୍ୱାତୀ ଆହୁରି ମଧ୍ୟ ଲେଖିଛନ୍ତି ଯେ କେନ୍ଦ୍ର ସରକାର ଓ ପୋଲିସ ଯେତେ ଚେଷ୍ଟା କଲେ ବି ମୁଁ ଆମରଣ ଅନଶନ ଭାଙ୍ଗି ବି ନାହିଁ। ଯେବେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ସାରା ଦେଶ ପାଇଁ ଏକ ଏଭଳି ବ୍ୟବସ୍ଥା ନ ତିଆରି କରିଛନ୍ତି ଯେଉଁଥିରେ ବଳତ୍କାରୀକୁ ୬ ମାସ ମଧ୍ୟରେ ଫାଶୀ ଦଣ୍ଡ ହେବ, ସେବେ ଯାଏଁ ମୁଁ ଅନଶନରୁ ଉଠିବି ନାହିଁ ବୋଲି ସ୍ୱାତୀ କହିଛନ୍ତି। ସେ ଲେଖିଛନ୍ତି ପ୍ରଥମେ ରାଜଘାଟ ଓ ତା’ପରେ ଜନ୍ତରମନ୍ତର ଯାଉଛି। ଜୟହିନ୍ଦ।

ଏହାସହ ପଢ଼ନ୍ତୁ: ଭାରତୀୟ ମୁଦ୍ରା ବାଂଲାଦେଶରେ ପାଲଟି ଯାଉଛି ରେଜର୍‌ ବ୍ଲେଡ୍‌

ସୂଚନାଯୋଗ୍ୟ ଯେ, ହାଇଦ୍ରାବାଦରେ ଘଟିଥିବା ମହିଳା ପଶୁ ଡାକ୍ତରାଣୀଙ୍କୁ ବଳାତ୍କାର ପରେ ହତ୍ୟା ଭଳି ହୃଦୟ ବିଦାରକ ଘଟଣା ପରେ ସ୍ୱାତୀ ଏଭଳି ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.