କରୋନା ରୋଗୀଙ୍କ ଚିକିତ୍ସା କରିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଏହି ଦେଶର ରାଜକୁମାରୀ, ଭାଇରାଲ ହେଉଛି ଫଟୋ

କରୋନା କାୟାରେ ଏବେ ପୁରା ବିଶ୍ୱ । ପୃଥିବୀର ୨୧୩ଟି ଦେଶକୁ ଏହି ମାରାତ୍ମକ ଭାଇରସ ନିଜ ଅକ୍ତିଆରକୁ ନେଇ ଗଲାଣି । ଏପରି ଏକ ଦୁଃସ୍ଥିତିରେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ସଫେଇ କର୍ମଚାରୀ ମାନେ ଏବେ କରୋନା ଯୋଦ୍ଧା ପାଲଟିଛନ୍ତି । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଏପରି ଏକ ସମୟରେ ଜଣେ ରାଜକୁମାରୀ କରୋନା ସଂକ୍ରମିତ ରୋଗୀଙ୍କ ସାହାଯ୍ୟ କରିବାକୁ ପାଦ ଆଗକୁ କାଢିଛନ୍ତି । ଏ ହେଉଛନ୍ତି ସ୍ୱିଡ଼େନ ଦେଶର ରାଜକୁମାରୀ । ରାଜକୁମାରୀ ସୋଫିଆ କରୋନା ରୋଗୀଙ୍କ ଚିକିତ୍ସା ହେଉଥିବା ଏକ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା କରିବାକୁ ଯୋଗ ଦେଇଛନ୍ତି । ୩୫ ବର୍ଷୀୟ ସୋଫିଆ ରୋଗୀ ମାନଙ୍କ ଚିକିତ୍ସା କିପରି କରାଯାଏ ସେନେଇ ଅନଲାଇନ ମଧ୍ୟରେ ଏକ ୩ ଦିନିଆ ପ୍ରଶିକ୍ଷଣ ଶେଷ କରିଛନ୍ତି ।

 

ସ୍ୱିଡ଼େନ ସ୍ଥିତ “ଦ ରୟାଲ ସେଣ୍ଟ୍ରାଲ” ହସ୍ପିଟାଲର ଜଣେ କର୍ମକର୍ତାଙ୍କ ଅନୁଯାୟୀ, ରାଜକୁମାରୀ ସୋଫିଆ ସ୍ୱାସ୍ଥ୍ୟ ସହାୟକ ଭାବେ ହସ୍ପିଟାଲରେ ସାମିଲ ହୋଇଥିଲେ ମଧ୍ୟ ସେ ସିଧାସଳଖ କୋବିଦ-୧୯ ରୋଗୀଙ୍କୁ ଚିକିତ୍ସା କରିବେ ନାହିଁ । ଏହାବାଦ ସେ ଅଣ ଚିକିତ୍ସା ଜନିତ କାର୍ଯ୍ୟ କରିବା ସହିତ ସ୍ୱାସ୍ଥ୍ୟ ପେଶଧାରୀଙ୍କ ସମର୍ଥନ କରିବେ । କହି ରଖିବା ଉଚିତ ହେବକି ସ୍ୱିଡ଼େନ ସ୍ଥିତ ସୋଫିଆ ମେଟ ହସ୍ପିଟାଲ ଅନଲାଇନ ବ୍ୟବସ୍ଥା ମାଧ୍ୟମରେ ଅଣ- ଚିକିତ୍ସା ଧାରୀଙ୍କୁ ପ୍ରଶିକ୍ଷିତ କରିଥାଏ । ଏହି ପ୍ରଶିକ୍ଷଣରେ ସଫାସୁତରା, ରୋଷେଇ, ସାନିଟାଇଜେସନ ବାବଦରେ ହିଁ ଶିଖାଯାଇଥାଏ । ହସ୍ପିଟାଲରେ ଡାକ୍ତର, ନର୍ସ ତଥା ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କ ଦାୟିତ୍ୱକୁ କିଛିଟା ହାଲୁକା କରିବା ପାଇଁ ହିଁ ସପ୍ତାହକୁ ପାଖାପାଖି ୮୦ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯାଇଥାଏ ।

Princess Sofía of Sweden: News and photos - HELLO!

କହିରଖିବା ଉଚିତ ହେବକି, କରୋନା ମହାମାରୀରେ ସ୍ୱାସ୍ଥ୍ୟ ସହ ଜଡିତ ପେଶଧାରୀଙ୍କ ଦାୟିତ୍ୱର ବୋଝ ଅନେକ ପରିମାଣରେ ବଢି ଯାଇଛି । ରୟାଲ ସେଣ୍ଟ୍ରାଲ ହସ୍ପିଟାଲର ଜଣେ କର୍ମକତାଙ୍କ କହିବା ଅନୁଯାୟୀ, ରାଜକୁମାରୀ ନିଜ ତରଫରୁ ହିଁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ସ୍ୱିଡ଼େନ ସ୍ଥିତ ଏହି ହସ୍ପିଟାଲର ଏକ ଫଟୋ ବି ଏବେ ଖୁବ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ରୟାଲ ପ୍ରିନସେସଙ୍କ ସମେତ ଅନ୍ୟ ମେଡିକାଲ କର୍ମକର୍ତ୍ତା ମାନେ ବି ନଜର ଆସିଛନ୍ତି । କରୋନା ନେଇ ସେମାନେ ନିଜ ନିଜ ଭିତରେ ଦୂରତା ରଖିଥିବା ନଜର ଆସିଛି । ସୂଚନା ଦେବା ଯୋଗ୍ୟକି, ଏଯାବତ ସ୍ୱିଡ଼େନର ୧୩୦୦ ରୁ ଅଧିକ ମାମଲା ସାମ୍ନାକୁ ଆସି ସାରିଲାଣି । ରାଜକୁମାରୀ ସୋଫିଆଙ୍କ ବିବାହ ୪୦ ବର୍ଷୀୟ ରାଜକୁମାର କାର୍ଲ – ଫିଲିପଙ୍କ ସହ ହୋଇଥିଲା |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.