ଡ୍ୟୁଟି ସମୟ ବାଦ ଏଣିକି ସ୍ୱିଗି କର୍ମଚାରୀ କରିପାରିବେ ଅନ୍ୟ କାମ, କମ୍ପାନୀ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି

ଅନଲାଇନରେ ଖାଦ୍ୟ ଅର୍ଡର ତଥା ଡେଲିଭରିର ସୁବିଧା ଯୋଗାଉଥିବା କମ୍ପାନୀ “ସ୍ୱିଗି” ବୁଧବାର ଘୋଷଣା କରିଛିଯେ ସେ ନିଜ ଉଦ୍ୟୋଗରେ ଖୁବ ଶୀଘ୍ର “ମୁନ ଲାଇଟିଙ୍ଗ” ନୀତି ନେଇ ଆସୁଛି । ଯେଉଁଥିରେ କର୍ମଚାରୀଙ୍କୁ ଆନ୍ତରିକ ସ୍ତରରେ ମଞ୍ଜୁରୀ ପ୍ରଦାନ କରାଯାଇଛି । କମ୍ପାନୀ ତରଫରୁ ଜାରି ହୋଇଥିବା ଏକ ଵିଜ୍ଞପ୍ତିରେ କୁହାଯାଇଛିକି ଏମାନଙ୍କୁ ଏମିତି ସବୁ କାର୍ଯ୍ୟ ଯୋଗାଇ ଦିଆଯିବ କିମ୍ବା ସେମାନେ ଏମିତି କାର୍ଯ୍ୟ କରିବେ ଯାହାକୁ ଛୁଟି ଦିନ କିମ୍ବା ଦୈନିକ କାର୍ଯ୍ୟକାଳ ପରେ ସହଜରେ କରିପାରିବେ । ଯାହା ଫଳରେ ସ୍ୱିଗିର ବ୍ୟବସାୟ ଉପରେ କୌଣସି ପ୍ରଭାବ ପଡିବ ନାହିଁ ।

କମ୍ପାନୀର “ମୁନ ଲାଇଟିଙ୍ଗ” ପଲିସୀ ଅନୁଯାୟୀ କର୍ମଚାରୀ ମାନଙ୍କୁ ଏକାଧିକ ଚାକିରୀ କରିବା ନେଇ ମଧ୍ୟ ଅନୁମତି ମିଳିବ । ଦ୍ଵିତୀୟ ଚାକିରୀ ସେମାନେ କିଛି ନିୟମ ଓ ସର୍ତ୍ତ ସହିତ ପ୍ରାଥମିକ କାର୍ଯ୍ୟ ବାଦ ଅତିରିକ୍ତ ଦାୟିତ୍ୱ ଭାବେ ତୁଲାଇ ପାରିବେ । ଏମିତି ଏକ ପଦକ୍ଷେପ ନେବା ପଛର କାରଣ ବାବଦରେ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛିକି ଦେଶରେ ଲକ ଡାଉନ ଜାରି ହେବା ପରେ ଲୋକମାନଙ୍କ ମଧ୍ୟରେ ଏକ ଭିନ୍ନ ସଉକ ବିକଶିତ ହୋଇଛି । ଅନେକେ ଏମିତି ଗତିବିଧି ଆରମ୍ଭ କରିଥିଲେ ଯାହା ଆୟ କରିବାର ଏକ ଅତିରିକ୍ତ ଉତ୍ସ ହୋଇପାରିବ ।

ଏହି ବୟାନରେ ଏହା ମଧ୍ୟ କୁହାଯାଇଛିକି କୌଣସି ବେସରକାରୀ ସଂଗଠନ ସହ ସ୍ୱଇଚ୍ଛାରେ କାମ କରିବା, ନୃତ୍ୟୁ ନେଇ ପ୍ରଶିକ୍ଷଣ ନେବା, ସୋସିଆଲ ମିଡ଼ିଆରେ ସାମଗ୍ରୀ ପ୍ରଦାନ କରିବା ପରି କାର୍ଯ୍ୟ କରାଯାଇ ପାରିବ । ସ୍ୱିଗି ଅନୁଯାୟୀ ପୂର୍ଣ୍ଣକାଳୀନ ରୋଜଗାର ବ୍ୟତୀତ ଏହିପରି ଯୋଜନା ବ୍ୟତୀତ ଏହା କାହାର ବି ବିକାଶରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ କରିପାରେ । ଗତ ମାସ ସ୍ୱିଗି ନିଜ କର୍ମଚାରୀ ମାନଙ୍କ ଅଫିସ ଆସିବା ସମୟ ବ୍ୟତୀତ କୌଣସି ଅନ୍ୟ ସୁବିଧା ଦେବା ନେଇ ଘୋଷଣା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.