ଧୋନୀଙ୍କ ପରି ପ୍ଲାନ୍ କରି ଆତଙ୍କୀ ଅଜହରକୁ ଫସାଇଲୁ ! ଭାରତୀୟ ରାଷ୍ଟ୍ରଦୂତ ଦେଲେ କ୍ୟାପଟେନ୍ କୁଲଙ୍କ ଉଦାହରଣ

ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମସୁଦ ଅଜହରକୁ ଜାତିସଂଘ ବିଶ୍ୱ ଆତଙ୍କୀ ଘୋଷଣା କଲା । ଜାତିସଂଘ ନିରପତ୍ତା ପରିଷଦ ବୁଧବାର ମସୁଦକୁ ବିଶ୍ୱ ଆତଙ୍କୀ ଭାବେ ଘୋଷଣା କରିଛି । ଯାହା ଭାରତ ପାଇଁ ଏକ ବହୁତ ବଡ଼ କୂଟନୈତିକ ବିଜୟ ବୋଲି କହିହେବ । କାରଣ ପୂର୍ବରୁ ଚୀନ୍ ଚାରିଥର ଜାତିସଂଘ ନିରାପତ୍ତା ପରିଷଦରେ ଏହି ପ୍ରସ୍ତାବକୁ ବିରୋଧ କରି ମସୁଦକୁ ରକ୍ଷା କରିଥିଲା ।

ତେବେ ମସୁଦ୍ ଅଜହରକୁ ବିଶ୍ବ ଆତଙ୍କୀ ଘୋଷଣା ହେବା ପରେ ଟୁଇଟ୍ କରିଛନ୍ତି ଯୁକ୍ତ ରାଷ୍ଟ୍ରରେ ଥିବା ଭାରତୀୟ ରାଷ୍ଟ୍ରଦୂତ ସଇଦ୍ ଅକବରୁଦ୍ଦିନ । ଆଉ ଏଥିରେ ଧୋନୀଙ୍କଠୁ ପ୍ରେରଣା ପାଇ ମସୁଦ ଫସାଇ ପାରିଥିବା କହିଛନ୍ତି । ନିଜର ଧର୍ଯ୍ୟ ପାଇଁ ଚର୍ଚ୍ଚିତ ଭାରତକୁ ଦୁଇ ଦୁଇଟି ବିଶ୍ବ କପ୍ ବିଜୟୀ କରିଥିବା ଏମଏସ୍ ଧୋନୀଙ୍କ କଥା ଉଠାଇଛନ୍ତି ୧୦ ବର୍ଷର ଲମ୍ବା ଅପେକ୍ଷା ପରେ ହାର୍ ମାନିନଥିବା ଅକବରୁଦ୍ଦିନ୍ ।

୨୦୧୬ ଏବଂ ୧୭ ରେ ମସୁଦକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବାରେ ଅସଫଳତା ଦେଖି ସାରିଥିବା ଅକବରୁଦ୍ଦିନ୍ ୨୦୧୯ରେ ମିଳିଥିବା ସଫଳତା ବିଷୟରେ କହିଛନ୍ତି, ମୁଁ ଧୋନୀଙ୍କ ଦୃଷ୍ଟିକୋଣରେ ବିଶ୍ବାସ କରିଥାଏ । ଏହା ଚିନ୍ତା କରେ ଯେ କୌଣସି ଲକ୍ଷକୁ ପୁରା କରିବାକୁ ଚେଷ୍ଟା କରିବା ସମୟରେ ଆପଣ ଯେତିକି ଚିନ୍ତା କରିଥାନ୍ତି ତା ଠାରୁ ଅଧିକ ସମୟ ଥାଏ । କେବେ ବି କୁହନ୍ତୁନି ଯେ ସମୟ ଶେଷ ହୋଇଯାଇଛି । କେବେ ବି ଶୀଘ୍ର ହାର ମାନନ୍ତୁନି ।

ସୂଚନାଯୋଗ୍ୟ, ଗତ ଫେବ୍ରୁଆରୀ ୧୪ ତାରିଖରେ କଶ୍ମୀର ପୁଲଓ୍ଵାମା ବିସ୍ଫୋରଣ ପଛରେ ଜୈସ ସଂଗଠନର ହାତ ଥିଲା । ଯେଉଁଥିରେ ୪୦ ଜଣ ସିଆରପିଏଫ୍ ଯବାନ୍ ସହିଦ ହୋଇଥିଲେ । ଏହା ପରେ ଆମେରିକା, ବ୍ରିଟେନ୍, ଫ୍ରାନ୍ସ ନିକଟରେ ସମସ୍ତେ ମିଳିତ ଭାବେ ମସୁଦକୁ ବିଶ୍ୱ ଆତଙ୍କୀ ଘୋଷଣା କରିବାକୁ ସାନି ପ୍ରସ୍ତାବ ଦେଇଥିଲେ ।

ତେବେ ମସୁଦକୁ ବିଶ୍ୱ ଆତଙ୍କୀ ଭାବେ ଘୋଷଣ କରାଯିବା ପରେ ସାରା ବିଶ୍ୱରେ ଯେଉଁଠି ବି ମସୁଦର ସମ୍ପତ୍ତି ରହିଛି ସେସବୁକୁ ଜବତ କରାଯିବ ।

Leave A Reply

Your email address will not be published.