ଏବେ ରାତିରେ ତାଜମହଲ ଦେଖିବାର ମଜା ଉଠାଇପାରିବେ ପର୍ଯ୍ୟଟକ, ବର୍ଷେ ପରେ ଖୋଲୁଛି ଐତିହାସିକ ସ୍ମାରକ

କରୋନା ଯୋଗୁ ଦୀର୍ଘ ଦିନ ଧରି ରାତିରେ ତାଜମହଲ ଦର୍ଶନ ବନ୍ଦ ଥିବା ବେଳେ ଅଗଷ୍ଟ ୨୧ ବା ଆସନ୍ତାକାଲିଠୁ ତାହା ପୁଣିଥରେ ଖୋଲାଯାଉଛି। ଏନେଇ ଶୁକ୍ରବାର ଦିନ ଅଧିକାରୀମାନେ ସୂଚନା ଦେଇଛନ୍ତି। ମାର୍ଚ୍ଚ ୧୭, ୨୦୨୦ରେ ପ୍ରଥମ ଲକ୍‌ଡାଉନ୍‌ ବେଳେ ତାଜମହଲର ରାତି ଦର୍ଶନ ବନ୍ଦ କରାଯାଇଥିଲା। କିନ୍ତୁ ଏବେ ମିଳିଥିବା ସୂଚନା ଅନୁସାରେ, ୨୧, ୨୩ ଓ ୨୪ ଅଗଷ୍ଟରେ ରାତି ଦର୍ଶନ ପାଇଁ ଅନୁମତି ଦିଆଯିବ। କାରଣ ତାଜମହଲ ପ୍ରତି ସପ୍ତାହ ଶୁକ୍ରବାର ବନ୍ଦ ରହିବ ଓ ରବିବାର ଲକ୍‌ଡାଉନ୍‌ ଲାଗୁ ହେବ।

ରିପୋର୍ଟ ଅନୁସାରେ, ଆଗନ୍ତୁକଙ୍କ ପାଇଁ ୩ଟି ଟାଇମ୍‌ ସ୍ଲଟ୍‌ ରହିଛି। ରାତି ୮.୩୦-୯ ଟା, ୯-୯-୩୦ ଓ ରାତି ୯.୩୦-୧୦ ଟା ମଧ୍ୟରେ ପର୍ଯ୍ୟଟକ ତାଜମହଲର ଆନନ୍ଦ ଉଠାଇପାରିବେ। କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରି ପ୍ରତ୍ୟେକ ସ୍ଲଟ୍‌ରେ ୫୦ ଜଣ ପର୍ଯ୍ୟଟକଙ୍କୁ ତାଜ୍‌ ଦର୍ଶନ ପାଇଁ ଅନୁମତି ଦିଆଯିବ।


ଏଥିପାଇଁ ଆଗ୍ରାରେ ୨୨ ମାଲ ରୋଡ ସ୍ଥିତ ଏଏସ୍‌ଆଇ କାର୍ଯ୍ୟାଳୟର କାଉଣ୍ଟରରୁ ଗୋଟିଏ ଦିନ ପୂର୍ବରୁ ଟିକେଟ୍‌ ବୁକ୍‌ କରିବାକୁ ପଡ଼ିବ। ତାଜମହଲ ଦେଖିବାକୁ ଇଚ୍ଛୁକ ପର୍ଯ୍ୟଟକ ଏଠାରୁ ଟିକେଟ୍‌ ବୁକ୍‌ କରିପାରିବେ।

Leave A Reply

Your email address will not be published.