ଖୋଲିଲା ତାଜମହଲ, ଗୋଟିଏ ଦିନରେ ମିଳିବ ୫ହଜାର ଯାତ୍ରୀଙ୍କୁ ଅନୁମତି

ପାଖାପାଖି ୬ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବା ପରେ ଖୋଲୁଛି ତାଜମହଲ। ସୂଚନା ମୁତାବକ ବିଶ୍ୱର ୭ଟି ରହସ୍ୟମୟ ସ୍ଥାନ ମଧ୍ୟରୁ ଆଜି ପୁଣି ଥରେ ଖୋଲିଛି ତାଜମହଲ୍‌। ୧୭ମାର୍ଚ୍ଚରେ ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ ଜରିଆରେ ସଂରକ୍ଷିତ ସମସ୍ତ ପର୍ଯ୍ୟଟନ ସ୍ଥଳିକୁ କେନ୍ଦ୍ରୀୟ ସଂସ୍କୃତି ମନ୍ତ୍ରାଳୟ ସହ ଆଲୋଚନା ପରେ ବନ୍ଦ କରିଦିଆଯାଇଥିଲା। ଯାହାକୁ ଏସଏଆରଏସ-ସିଓବି-୨ ର ତୀବ୍ର ପ୍ରକୋପରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପର୍ଯ୍ୟଟନ ସ୍ଥଳୀକୁ ବନ୍ଦ କରିଦେବା ପାଇଁ କୁହାଯାଇଥିଲା।

agra portସୂଚନା ଯୋଗ୍ୟ ତାଜମହଲ ପରିସରରେ ଦେଓ୍ଵଘର ସେନଗୁପ୍ତା ନାମକ ଜଣେ ବ୍ୟକ୍ତି ପାଦ ରଖିବା ନେଇ କହିଛନ୍ତି, ‘‘ମୁଁ ଗତ ୧୯ ସେପ୍ଟେମ୍ବରରେ ପ୍ରୟାଗରାଜରେ SSB ପରୀକ୍ଷା ଦେବା ପରେ ସେଠାରୁ ଏକ ଟ୍ରେନ ଧରି ତାଜମହଲ୍‌ ଦେଖିବା ପାଇଁ ପହଞ୍ଚିଛି। ଆଗକୁ ଦେଓ୍ଵଘର ଏହା ମଧ୍ୟ କହିଛନ୍ତି, ଏଠାରେ ସରକାରୀ ଲକର୍‌ ରୁମ୍‌ ବନ୍ଦ କରିଦିଆଯାଇଛି, ଯେଉଁ କାରଣରୁ ମତେ ନିଜର ଜିନିଷ ପତ୍ର ଏକ ଘରୋଇ ଦୋକାନରେ ରକିବାକୁ ପଡିଲା। କିନ୍ତୁ ଏସବୁ ପରେ ଯେତବେଳେ ମୁଁ ପ୍ରଥମ ଥର ତାଜମହଲ ଦେଖିଲି, ଆବାକ୍‌ ହୋଇ ରହିଯାଇଥିଲି। ଏହା ଖୁବ୍‌ ଆଶ୍ଚର୍ଯ୍ୟମୟ। ଏହାବ୍ୟତୀତ ବର୍ତ୍ତମାନ କମ ଭିଡରେ ଦର୍ଶକମାନେ ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ।

agraଏନେଇ ଜଣେ ଗାଇଡ୍‌ ସେଫାଳୀ କହିଛନ୍ତି, ‘‘ଆମମାନଙ୍କ ଶରୀରର ତାପମାତ୍ରା ଯାଞ୍ଚ କରିବା ପରେ ହିଁ ଭିତରକୁ ଯିବାକୁ ଅନୁମତି ଦିଆଯାଇଛି। ଏଥିସହ ପ୍ରବେଶ ପଥରେ ହିଁ ଜୋତା ସାନିଟାଇଜ୍‌ କରାଯାଉଛି। କୋଭିଡ୍‌ ନିୟମକୁ ଧ୍ୟାନରେ ରଖି ଉଲ୍ଲେଖ କରାଯାଇଛି ଗୋଟିଏ ଦିନରେ ଏଠାରେ ୫ ହଜାରରୁ ଅଧିକ ଯାତ୍ରୀଙ୍କୁ ଅନୁମତି ଦିଆଯିବ ନାହିଁ। ଏଥିସହ ସମୂହ ଫଟୋକୁ ପ୍ରୋତ୍ସାହିତ କରାଯିବ ନାହିଁ। ଏଥିସହ ଯାତ୍ରୀମାନେ ଯେପରି ସ୍ମାରକର ରେଲିଂ ଏବଂ କାନ୍ଥକୁ ନଛୁଇଁବେ ସେଥିପ୍ରତି ଧ୍ୟାନ ଦିଆଯିବ। ଏଏସଆଇ ଜରିଆରେ ଅଧିକାଂଶ ଐତିହାସିକ ସ୍ଥଳ ଖେଲିଥିବା ବେଳେ ଆଗ୍ରା କିଲ୍ଲା ଏବଂ ତାଜମହଲ ବନ୍ଦ ରହିଥିଲା, ଯାହା ଆଜି ଖୋଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.