ନିର୍ଦ୍ଦୟୀ ତାଲିବାନଙ୍କ ଛାତିଥରା କାଣ୍ଡ: ଯୁବକଙ୍କୁ ଗୁଳି କରି ହତ୍ୟା କରିବା ପରେ ମାର୍କେଟରେ ଟାଙ୍ଗିଦେଲେ ଶବ

ଆଫଗାନିସ୍ତାନ: ଆଫଗାନିସ୍ତାନରେ ଦିନକୁ ଦିନ ତାଲିବାନ୍‌ଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଦେଶର ଲୋକଙ୍କ ଉପରେ ଧୀରେ ଧୀରେ ସେମାନେ ଅତି ନିର୍ଦ୍ଦୟ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ନିକଟରେ ତାଲିବାନ ଏମିତି କାମ କରିଛି, ଯାହା ଶୁଣିଲେ ଲୋମ ଟାଙ୍କୁରି ଉଠିବ। ତାଲିବାନୀମାନେ ସ୍ଥାନୀୟ ଅନ୍ଦରାବ ଜିଲ୍ଲାରେ ଜଣେ ଯୁବକକୁ ଗୁଳି ମାରି ହତ୍ୟା କରିବା ପରେ ଜିଲ୍ଲା ବାହାରେ ସାର୍ବଜନିକ ଭାବେ ତାଙ୍କ ଶବକୁ ଝୁଲାଇ ଦେଇଛନ୍ତି। ସ୍ଥାନୀୟ ଲୋକେ ଉକ୍ତ ମୃତ ଦେହକୁ ଉଦ୍ଧାର କରି ଏ ନେଇ ତାଲିବାନକୁ ସ୍ପଷ୍ଟୀକରଣ ମାଗିଛନ୍ତି।

ରିପୋର୍ଟ ମୁତାବକ, ତାଲିବାନ୍‌ମାନେ କାଷା ତାରଶ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରେ ପହଞ୍ଚି ତାଙ୍କୁ ଘରୁ ବାହାରିବାକୁ ବାଧ୍ୟ କରିଥିଲେ। ତା’ ପରେ ଜୁଲାଇ ୨୦ରେ ତାଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରିଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ତାଲିବାନ ପ୍ରଥମେ ବ୍ଲାଙ୍କ ଫାୟାରିଂ କରି ଜିଲ୍ଲା ଭବନ ସାମ୍ନାରେ ଜମା ହୋଇଥିବା ଲୋକଙ୍କୁ ଭୟଭୀତ କରିଥିଲେ। ତା’ ପରେ ଉକ୍ତ ବ୍ୟକ୍ତିଙ୍କ ମୃତ ଦେହକୁ ଖୋଲା ବଜାରରେ ଟାଙ୍ଗି ଦେଇଥିଲେ।

ତାଲିବାନଙ୍କ ଏହି ମନମାନୀ ହତ୍ୟା ବିଷୟରେ UNAMA ରେ ରିପୋର୍ଟ ପ୍ରକାଶିତ ହେବାର ଦିନକ ପରେ ଏହି ହତ୍ୟାକାଣ୍ଡ ଘଟିଛି।

Also Read: ଟାଇଗରଙ୍କ ସହ ସ୍କ୍ରିନ୍‌ ସେୟାର କରିବେ ରଶ୍ମିକା ମନ୍ଦାନା, ସାମ୍ନାକୁ ଆସିଲା ଫିଲ୍ମର ନାଁ ଓ ରିଲିଜ୍‌ ତାରିଖ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.