ତାଲିବାନର କ୍ରୁରତା ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ, ଆକାଶରେ ଉଡିଲା ଶବ ବନ୍ଧା ହେଲିକପ୍ଟର

ଆମେରିକା ସୈନିକ ଆଫଗାନିସ୍ତାନରୁ ଫେରିବା ପରେ ନିଜ ରଙ୍ଗ ଦେଖାଇବା ଆରମ୍ଭ କରିଦେଲା ତାଲିବାନ। ଦେଶର ଦ୍ୱିତୀୟ ସବୁଠାରୁ ବଡ ସହ କନ୍ଧାରରେ ତାଲିବାନ ହାତରେ ଲାଗିଥିବା ଆମେରିକା ହେଲିକପ୍ଟରକୁ ବ୍ଲାକ ହକ୍‌ ବକୁ ତାଲିବାନୀ ଉଡାଉଥିବାର ଦେଖିବାକୁ ମିଳୁଛି। ଏହାଛଡା ତାଲିବାନୀ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ହେଲିକପ୍ଟରରେ ଝୁଲାଇ ବହୁତ ସମୟ ପର୍ଯ୍ୟନ୍ତ ଆକାଶରେ ଉଡୁଥିବାର ଦେଖିବାକୁ ମିଳିଛି। ଅନେକ ସମ୍ବାଦଦାତା ତାଲିବାନର ଏହି କ୍ରୁରତାର ଭିଡିଓକୁ ଟ୍ଵିଟରରେ ସେୟାର କରିଛନ୍ତି।

କନ୍ଧାର ସହରର ପାଟ୍ରୋଲିଙ୍ଗ୍‌ ପାଇଁ ଏହି ହେଲିକପ୍ଟରର ବ୍ୟବହାର କରୁଛି ତାଲିବାନ। ଭିଡିଓରୁ ଜଣାପଡୁଛି ଯେ ଆମେରିକା ସେନାର ହେଲିକପ୍ଟରରେ ଜଣେ ବ୍ୟକ୍ତି ଝୁଲୁଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓକୁ ତଳୁ ସୁଟ୍‌ କରାଯାଇଥିବାରୁ ଏହା ଜଣାପଡୁନାହିଁ ଯେ ହେଲିକପ୍ଟର ଝୁଲୁଥିବା ବ୍ୟକ୍ତି ମୃତ ନା ଜୀବିତ। କିନ୍ତୁ ମିଡିଆ ରିପୋର୍ଟରେ ଏହା ଦାବି କରାଯାଉଛି ଯେ ତାଲିବାନମାନେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ରସିରେ ବାନ୍ଧି ହେଲିକପ୍ଟରରେ ଝୁଲାଇ ଦେଇଛନ୍ତି।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆମେରିକାନ ଗତ ମାସ ଆଫଗାନିସ୍ତାନକୁ ୭ଟି ବ୍ଲାକ ହକ୍‌ ଚପର ସପ୍ଲାଏ କରିଥିଲା। ଏହାବ୍ୟତୀତ ୨୦ ବର୍ଷ ଧରି ବଡ ବଡ ହତିଆର ବି ଦେଇଥିଲା। ଯାହା ଏବେ ଆଫାଗାନିସ୍ତାନରେ ରହିଗଲା ଏବଂ ତାଲିବାନ ମାନଙ୍କ କବଜାରେ। ତେବେ ଏବେ ଭାଇରାଲ ହେଉଥିବା ଏହି ଛାତିଥରା ଭିଡିଓକୁ ଦେଖିଲେ ଆପଣଙ୍କ ଲୋକ ଟାଙ୍କୁରୀ ଉଠିବ ନିଶ୍ଚୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.