ଭାରତୀୟଙ୍କ ଫେରିବା ନେଇ ଭାରତ-ତାଲିବାନ ଆଲୋଚନା ଜାରି

ନୂଆଦିଲ୍ଲୀ : ଆମେରିକୀୟ ସେନାଙ୍କ ପାଇଁ ଆଫଗାନିସ୍ତାନ ଛାଡ଼ିବାର ଆଜି ଥିଲା ଶେଷ ତାରିଖ । ତାଲିବାନର ନିର୍ଦ୍ଦେଶ ଅନୁଯାୟୀ ଆଜି ଆମେରିକାର ସେନାମାନେ କାବୁଲ ଏୟାରପୋର୍ଟ ଛାଡ଼ି ଚାଲିଯାଇଛନ୍ତି । ଏପଟେ ଆଫଗାନିସ୍ତାନରେ ଫସିଥିବା ଭାରତୀୟଙ୍କ ସୁରକ୍ଷିତ ଫେରିବା ନେଇ ତାଲିବାନ ସହ ଭାରତ ଆଲୋଚନା କରିଛି ।

ଏ ନେଇ ଦୋହାରେ ଅବସ୍ଥାପିତ ତାଲିବାନ ଅଫିସ୍ ମୁଖ୍ୟ ସେର ମହମ୍ମଦଙ୍କ ସହ କାତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଦୀପକ ଆଲୋଚନା କରିଛନ୍ତି । ଆଫଗାନିସ୍ତାନରେ ଥିବା ଭାରତୀୟଙ୍କ ସୁରକ୍ଷା, ନିରାପର୍ତ୍ତା ଉପରେ ଆଲୋଚନାରେ ସ୍ଥାନ ପାଇଛି ।

ସେହିପରି ଆଫଗାନରେ ଫସିଥିବା ଭାରତୀୟଙ୍କ ଶୀଘ୍ର ଓ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଉପରେ କଥାବାର୍ତ୍ତା ହୋଇଛି । ଏ ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.