ଦୁନିଆଁର ସବୁଠାରୁ ଡେଙ୍ଗୀ ଝିଅ ,ଖୋଜୁଛନ୍ତି ତାଙ୍କ ପାଇଁ ପାର୍ଟନର

ଦୁନିଆଁରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ନିଜର କମ ଉଚ୍ଚତା (ହାଇଟି) ପାଇଁ ମନ ଦୁଃଖ କରିଥାନ୍ତି | ହେଲେ ନିଜର ଉଚ୍ଚତା ପାଇଁ ହଇରାଣ ହେରିଥିବା ଏମିତି ଜଣେ ଝିଅ ହେଉଛନ୍ତି ରୁଷର ଇକାଟେରିନା ଲିସୀନା | ନିଜର ଅଧିକ ହାଇଟି ପାଇଁ ହଇରାଣ ହେଉଛନ୍ତି ସେ | ଏହି ଲୋକପ୍ରିୟ ଗୀତ ‘ ଜିସକୀ ବିବି ଲମ୍ବି ଉସକା ଭି ବଡ ନାମ ହେ ..” ବୋଧ ହୁଏ ଲିସୀନଙ୍କ ପାଇଁ ସହଜ ହୋଇ ପାରିନି | ତାଙ୍କର ଏହି ଲମ୍ବା ଶରୀର ତାଙ୍କ ପାଇଁ ଅସୁବିଧାର କାରଣ ହୋଇଛି |

ଲିସୀନାଙ୍କ ଲମ୍ବ ବା ଉଚ୍ଚତା ହେଉଛି 6ଫିଟ 9 ଇଞ୍ଚ | ତାଙ୍କୁ ଦୁନିଆଁର ସବୁଠାରୁ ଲମ୍ବା ମଡେଲ ହିସାବରେ ନିଆଯାଏ | ସେ ଗିନିଜ ୱାର୍ଲଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛନ୍ତି | ସବୁଠୁ ବଡ ଅସୁବିଧା ତାଙ୍କ ପାଇଁ ହୋଇଛି ବିବାହ କରିବାରେ | ଏହି ଲମ୍ବା ହାଇଟି ପାଇଁ ତାଙ୍କୁ ପାର୍ଟନର ମିଳୁ ନାହାନ୍ତି |

tallest girl.
photo crediot : bhaskar.com

ଦୁନିଆଁର ସବୁଠୁ ଲମ୍ବା ମଡେଲ –

ତାଙ୍କର ବାମ ଗୋଡ଼ର ଲମ୍ବା 132.8ସେଣ୍ଟି ମିଟର ଏବଂ ଡାହାଣ ଗୋଡ ଲମ୍ବା 132.2 ସେଣ୍ଟି ମିଟର | 29 ବର୍ଷୀୟା ଲିସୀନା ପେସାରେ ଜଣେ ମଡେଲ |

ଅଲମ୍ପିକ ମଡେଲିଷ୍ଟ ବି ଲିସୀନା –

ଲିସୀନା ପ୍ରଥମେ ପ୍ରଫେସନାଲ ବାଁସ୍କେଟବଲ ଖେଳାଳି ଥିଲେ | ସେ 2008ରେ ଅଲମ୍ପିକ୍ସ ଗେମ୍ସରେ ବ୍ରୋଞ୍ଜ ମେଡାଲ ଜିତିଥିଲେ | କିନ୍ତୁ ତା ପରେ ସେ ଗେମସ୍ ରୁ ରିଟାୟାର୍ଡମେଣ୍ଟ ନେଇ ମଡେଲିଂ ଦୁନିଆଁରେ ପାଦ ରଖିଥିଲେ |

ଡେଟିଂ ପାଇଁ ବି ପୁଅ ମିଳୁ ନାହାଁନ୍ତି-

ଡେ଼ଲି ଷ୍ଟାରରେ ଲିସୀନା କହନ୍ତି ତାଙ୍କ ହାଇଟ କାରଣରୁ ଠିକ ଢଙ୍ଗର ପୁଅ ମିଳୁନାହାଁନ୍ତି | ମଡେଲମାନଙ୍କୁ ବାହାରକୁ ଯିବା ପସନ୍ଦ ନୁହେଁ | ସେଥିପାଇଁ ସେ ଡେଟିଂ ଆପ୍ସରେ ପୁଅ ଖୋଜୁଛନ୍ତି | ତାଙ୍କ ଅନୁସାରେ ରିଲେସନସିପ୍ ରେ ହାଇଟର ମାନେ କିଛି ନାହିଁ | କିନ୍ତୁ ସମାଜରେ ଲୋକେ କମ ହାଇଟ ପୁଅ ଥିବା କପଲଙ୍କୁ ଖରାପ ନଜରରେ ଦେଖନ୍ତି | ଏଥିପାଇଁ ସେ ସବୁବେଳେ ନିଜ ହାଇଟର ପୁଅ ବାଛିବାକୁ ଚେଷ୍ଟା କରିଥାନ୍ତି |

ନିଜ ମାପର ପୋଷାକ ଏବଂ ଜୋତା କିଣିବାରେ ହୋଇଥାଏ ଅସୁବିଧା –

ଲିସୀନାଙ୍କୁ ନିଜର ଡେଙ୍ଗା ହେବା କାରଣରୁ ପ୍ଲେନ ବା କାରରେ ବସିବାରେ ଅସୁବିଧା ହୋଇଥାଏ | ନା ତାଙ୍କ ସାଇଜର ପୋଷାକ ମିଳିଥାଏ ନା ଜୋତା | ତାଙ୍କ ନିଜ ପାଇଁ ଅଲଗା ଜୋତା ଅର୍ଡର ଦେଇ ତିଆରି କରିବାକୁ ପଡିଥାଏ | ଲିସୀନାଙ୍କ ପରିବାରରେ ସମସ୍ତେ ଲମ୍ବା ବ୍ୟକ୍ତି | ତାଙ୍କ ଭାଇଙ୍କ ଲମ୍ବା 6 ଫିଟ 6 ଇଞ୍ଚ ,ପିତାଙ୍କ ଲମ୍ବା 6 ଫିଟ 5 ଇଞ୍ଚ ଏବଂ ମା’ ଙ୍କ ଲମ୍ବା 6 ଫିଟ 1 ଇଞ୍ଚ |

 

Leave A Reply

Your email address will not be published.