ଜନ୍ମ ଦିନରେ ମୃତ୍ୟୁ: ତାମିଲନାଡୁର ବିଧାୟକ ଜେ. ଅନ୍‌ବାଝାଗନଙ୍କ ଦେହାନ୍ତ, କରୋନାରେ ହୋଇଥିଲେ ସଂକ୍ରମିତ

ତାମିଲନାଡୁ: ତାମିଲନାଡୁର ବିଧାୟକ ଜେ. ଅନ୍‌ବାଝାଗନଙ୍କ ମୃତ୍ୟୁ । ୬୨ ବର୍ଷରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସବୁଠାରୁ ଦୁଃଖର କଥା ଆଜି ତାଙ୍କର ଜନ୍ମ ଦିନ ଥିବାବେଳେ ତାଙ୍କର ଜୀବନ ମଧ୍ଯ ଆଜି ଯାଇଛି। ତେବେ କରୋନାରେ ସଂକ୍ରମିତ ହୋଇ ଚେନ୍ନାଇର ଏକ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଶ୍ୱାସକ୍ରିୟାରେ ଗୁରୁତର ସମସ୍ୟା ଯୋଗୁ ସେ ଜୁନ୍‌ ୨ ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା । ୩ ତାରିଖରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ପାଲାନୀସ୍ୱାମୀ ଓ ଡିଏମ୍‌କେ ମୁଖ୍ୟ ଏମ୍‌. କେ ଷ୍ଟାଲିନ୍‌ ଗଭିର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ମୃତ୍ୟୁ ଯୋଗୁ ଆସନ୍ତା ତିନି ଦିନ ପାଇଁ ଡିଏମ୍‌କେ ପତାକା ଅର୍ଦ୍ଧ ନମିତ ହୋଇ ରହିବ ।

Leave A Reply

Your email address will not be published.